କନକ ବ୍ୟୁରୋ: ଆସିଲା ଚଳିତ ଆର୍ଥିକ ବର୍ଷର କାମଚଳା ବଜେଟ୍ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨ ଲକ୍ଷ ୫୫ ହଜାର କୋଟିର କାମଚଳା ବଜେଟ୍ ଆଗତ କରିଛନ୍ତି । ତେବେ ଏଥର ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ । ଏହାସହିତ ପଞ୍ଚାୟତିରାଜ ବିଭାଗକୁ ୨୨,୫୪୩ କୋଟି ମିଳିଥିବାବେଳେ, ସ୍ୱାସ୍ଥ୍ୟ ବିଭାଗକୁ ମିଳିଛି ୧୯,୭୨୯ କୋଟି ଟଙ୍କା । ତେବେ ନଜର ପକାନ୍ତୁ, ଏଥର ବଜେଟରେ କେଉଁ ବିଭାଗକୁ ମିଳିଛି କେତେ ଟଙ୍କା?

  • ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୪,୭୬୪ କୋଟି ଟଙ୍କା
  • ପଞ୍ଚାୟତିରାଜ ବିଭାଗ – ୨୨,୫୪୩ କୋଟି
  • ସ୍ୱାସ୍ଥ୍ୟ ବିଭାଗ – ୧୯,୭୨୯ କୋଟି
  • ଜଳସମ୍ପଦ ବିଭାଗ- ୧୩,୨୬୭ କୋଟି
  • ଯୋଜନା ଓ ସଂଯୋଜନା ବିଭାଗ – ୧୨,୦୪୩ କୋଟି
  • ନିର୍ମାଣ ବିଭାଗ – ୧୦,୯୫୦ କୋଟି
  • ଗ୍ରାମ୍ୟ ଉନ୍ନୟନ - ୯୩୩୦ କୋଟି
  • ଗୃହ ବିଭାଗ - ୮୬୪୧ କୋଟି