ଦେଶରେ ଆର୍ଥିକ ସ୍ଥିତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଷ୍ଟିମୁଲେସ ପ୍ୟାକେଜ : କହିଲେ, ସୁଧୁରୁଛି କରୋନା ମହାମାରୀ ପାଇଁ ଧିମେଇ ଥିବା ଆର୍ଥିକ ସ୍ଥିତି

ଜିଏସଟି ସଂଗ୍ରହ ବଢିଲା ୧୦ ପ୍ରତିଶତ

161

କନକ ବ୍ୟୁରୋ : ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଷ୍ଟିମୁଲସ ପ୍ୟାକେଜ ଘୋଷଣା କରିଛନ୍ତି । ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଘୋଷଣା କରିଛନ୍ତି । କୋଭିଡ କାଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଘୋଷଣା ହୋଇଛି ।

ଆଜି ଏହା ଘୋଷଣା କରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶର ଆର୍ଥିକ ଅବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି । ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବଢିଛି । ନିବେଶରେ ବି ଭଲ ପ୍ରଗତି ହୋଇଛି । ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ମୁଡିଜ ବି ଦର୍ଶାଇଛି ଯେ, ଦେଶର ଜିଡିପିରେ ସୁଧାର ଆସିଛି । ବିଦେଶୀ ମୁଦ୍ର ଭଣ୍ଡାରରେ ବି ଭଲ ବୃଦ୍ଧି ଘଟିଛି । ବ୍ୟାଙ୍କ ଗୁଡିକର କ୍ରେଡିଟ ଗ୍ରୋଥ ବି ବଢିଛି ବୋଲି ସୀତାରମଣ କହିଛନ୍ତି ।

ୱାନ ନେସନ୍ ୱାନ୍ କାର୍ଡ, ସେପ୍ଟେମ୍ବର ୧ରୁ ଲାଗୁ ହୋଇଛି । ୬୮. ୬ କୋଟି ଲୋକ ଏଥିରୁ ଉପକୃତ ହୋଇଛନ୍ତି । ଭାରତର ଯେକୌଣସି ସ୍ଥାନରୁ ରାସନ୍ କିଣିପାରୁଛନ୍ତି ପ୍ରବାସୀ ଶ୍ରମିକ । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ୨୬.୬୨ ଲକ୍ଷ ଆବେଦନ ଆସିଛି । ୧୩.୭୮ ଲକ୍ଷ ଋଣ ଆବେଦନ ଅନୁମୋଦିତ ହୋଇଛି । ଏଥିପାଇଁ ୧୩୭୩,୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । କିଷାନ୍ କ୍ରେଡିଟ୍ କାର୍ଡ ୧୮୩.୧୪ ଲକ୍ଷ ଆବେଦନ ଗ୍ରହଣ କରାଯାଇଛି । ୧୫୭.୪୪ ଲକ୍ଷ ଯୋଗ୍ୟ ଚାଷୀଙ୍କ ପାଇଁ କିଷାନ୍ କ୍ରେଡିଟ୍ କାର୍ଡ ଜାରି ହୋଇଛି । ଏଥିପାଇଁ ୨ଟି ପର୍ଯ୍ୟାୟରେ ୧, ୪୩, ୨୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।