କନକ ବ୍ୟୁରୋ : ଦେଶରେ ହିନ୍ଦୁ, ହିନ୍ଦୁତ୍ୱ, ବଜରଙ୍ଗବାଲୀ ପରେ ଏବେ ନୂଆ ପ୍ରସଙ୍ଗ ପାଲଟିଛି ସନାତନ ଧର୍ମ । ବେରୋଜଗାରୀ, ସୀମା ସମସ୍ୟା ଓ ଦରବୃଦ୍ଧି ଭଳି ପ୍ରସଙ୍ଗ ଉପରେ ସନାତନ ପ୍ରସଙ୍ଗ ଏବେ ବେଶ୍ ଭାରି ପଡିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ ସନାତନ ପ୍ରସଙ୍ଗକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ଜୋରଦାର ଆକ୍ରମଣ କରିଥିôବା ବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଅନୁରୂପ ଭାବେ ସନାତନ ଧର୍ମକୁ ନେଇ ଇଣ୍ଡିଆ ମେଣ୍ଟ ଉପରେ ଆକ୍ରମଣ କରିଛନ୍ତି । ନିର୍ମଳା ସୀତାରମଣ କହିଛନ୍ତି କି ଡିଏମକେ ଓ ଇଣ୍ଡିଆ ମେଣ୍ଟ ଭାରତର ହିନ୍ଦୁ ଓ ସନାତନ ଧର୍ମ ବିରୋଧୀ ବୋଲି କହିଛନ୍ତି । ଡିଏମକେ ନେତା ଉଦୟନିଧୀ ଷ୍ଟାଲିନଙ୍କ ବୟାନକୁ ନେଇ ସୀତାରମଣ କହିଛନ୍ତି କି, ଲୋକଙ୍କୁ ଭାଗଭାଗ କରିବ ଓ ଲୋକଙ୍କ ଭିତରେ ଭେଦଭାବ ସୃଷ୍ଟି କରିବା ଆଳରେ ଇଣ୍ଡିଆ ମେଣ୍ଟର ନେତାମାନେ ଧର୍ମକୁ ଦୋଷୀ କରୁଛନ୍ତି । ଏହି କ୍ରମରେ କଂଗ୍ରେସକୁ ଟାର୍ଗେଟ୍ କରି ସେ କହିଛନ୍ତି କି, ଯେଉଁ ଗୋଷ୍ଠୀ ସନାତନ ଧର୍ମକୁ ଦୋଷୀ ସଜାଉଛି ସେହି ଗୋଷ୍ଠୀ ସହ ଯୋଡି ହୋଇଛି ଦେଶର ଏକ ସର୍ବ ପୂରାତନ ରାଜନୈତିକ ଦଳ । କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ସେ ଭାରତ ତୋଡ ଯାତ୍ରା ବୋଲି କହିଛନ୍ତି ।

Advertisment

କେବଳ ସେତିକି ନୁହେଁ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୀତାରମଣ ଜି-୨୦ ବୈଠକକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି କି ମୂଳରୂପରେ ଜି-୨୦ ଏକ ବିତ୍ତିୟ ମଞ୍ଚା ସେ ଏହି ମଞ୍ଚରେ ବିଶେଷ ଭାବେ କ୍ରିପ୍ଟୋ କରେନ୍ସି, ବିଶ୍ୱସ୍ତରୀୟ ଋଣ ଏବଂ ବ୍ରେଟନ ଉଡ୍ସ ଅନୁଷ୍ଠାନ-ଅନ୍ତର୍ଜାତୀୟ ମୁଦ୍ରା ଫୋରମ ଏବଂ ବିଶ୍ୱ ବ୍ୟାଙ୍କର ସଂସ୍କାର ଆଣିବାର ଆବଶ୍ୟକତା ଭଳି ପ୍ରସଙ୍ଗରେ ଏହା ସାମୁହିକ ପଦକ୍ଷେପ ବୋଲି କହିଛନ୍ତି । ଏନେଇ ଭାରତ ସମସ୍ତ ପ୍ରସଙ୍ଗରେ ସହମତି ସୃଷ୍ଟି କରିବାରେ ସଫଳ ହୋଇଛି ଓ ସେ ଦିଲ୍ଲୀ ଘୋଷଣାନାମାରେ ସନ୍ତୁଷ୍ଟ ଥିବା କଥା କହିଛନ୍ତି ।