ଆରମ୍ଭ ହେଲା ୨୦୨୧-୨୨ର ସାଧାରଣ ବଜେଟ । ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କରୋନା ପରବର୍ତ୍ତୀ ବଜେଟକୁ ଅନାଇ ରହିଛି ସାରାଦେଶ

65

କନକ ବ୍ୟୁରୋ: ଅପେକ୍ଷାର ହେଲା ଅନ୍ତ । ସଂସଦରେ ଉପସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ନିର୍ଦ୍ଧାରିତ ସମୟରେ ପବିତ୍ର ସଂସଦ ଭବନରେ ୨୦୨୧-୨୨ର ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହା ତାଙ୍କର ତୃତୀୟ ବଜେଟ୍ । ସ୍ୱାଧୀନ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ତେବେ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଅଭିଭାଷଣରେ କହିଛନ୍ତି କି, ଗତବର୍ଷ କରୋନା ମହାମାରୀ ଭଳି ସଂକଟ ଦେଇ ଦେଶ କରିଥିଲା । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଗରିବ ଲୋକଙ୍କୁ ଇନ୍ଧନ ଗ୍ୟାସ, ମାଗଣା ରାସନ ସାମଗ୍ରୀ ଇତ୍ୟାଦି ଯୋଗାଇ ଦିଆଯାଇଥିଲା । ଅର୍ଥମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି କି, ଦେଶର ପ୍ରଧାନମନ୍ତ୍ରୀ ମୋଦି ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆତ୍ମନିର୍ଭର ଭାରତ ପ୍ୟାକେଜ ଏବଂ ଅନେକ ଜନ କଲ୍ୟାଣ ଯୋଜନା ମାନ କାର୍ଯ୍ୟକାରୀ କରିଥିଲେ । ଯାହା ଦ୍ୱାରାକି ଦେଶର ଅର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜରେ ମୋଟ ୧୭.୧ ଲକ୍ଷ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଦିଆଯାଇଥିଲା । ଯାହାକି ମିନି ବଜେଟର ସମାନ ଥିଲା ।

୨୦୧୯ରେ ନିଜର ପ୍ରଥମ ବଜେଟ ଉପସ୍ଥାପନ ବେଳେ ପାରମ୍ପରିକ ଚମଡାର ବଜେଟ୍ ବ୍ରିଫକେସକୁ ପରିବର୍ତ୍ତନ କରି ନାଲି କପଡାରେ ଗୁଡା ବହି-ଖାତା ଆକାରରେ ବଜେଟ୍ ଉପସ୍ଥାନ କରିଥିଲେ । ଏଥର କିନ୍ତୁ ପେପରଲେସ ବଜେଟ ଉପସ୍ଥାପନ ହୋଇଛି । ବଜେଟ୍ ଆସିବା ଆଗରୁ ନିର୍ମଳା କହିଥିଲେ କି, ୧୦୦ ବର୍ଷରେ ପ୍ରଥମଥର ପାଇଁ ବଜେଟ୍ ଭିନ୍ନ ହେବାକୁ ଯାଉଛି । ଏହା କେବଳ ବର୍ଷକର ଆୟ- ବ୍ୟୟର ହିସାବ ହେବନାହିଁ । ବରଂ କରୋନା ମହାମାରୀ କାରଣରୁ ଧ୍ୱସ୍ତ ହୋଇପଡିଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣିଥରେ ଦ୍ରୁତ ବିକାଶ ପଥରେ ଆଗେଇ ନେବାପାଇଁ ପ୍ରୟାସର ଆରମ୍ଭ ହେବ ।