କନକ ବ୍ୟୁରୋ : ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରୀଲଙ୍କାର ବନ୍ଦର ସହର ଭାବେ ପରିଚିତ ତ୍ରିକୋମାଲି ଗସ୍ତ କରିଛନ୍ତି । ସେଠାରେ ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଶାଖା ମଧ୍ୟ ଉନ୍ମୋଚନ କରିଛନ୍ତି । ଅନ୍ତର୍ଜାତୀୟ ବାଣିଜ୍ୟରେ କର୍ପୋରେଟ ଜଗତକୁ ସମର୍ଥନ କରିବାରେ ଏସବିଆଇର ଭୂମିକାକୁ ସୀତାରମଣ ପ୍ରଶଂସା କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଉଦଘାଟନୀ ଉତ୍ସବରେ ପୂର୍ବାଞ୍ଚଳ ରାଜ୍ୟପାଳ ସେନ୍ଥିଲ ଟଣ୍ଡନ, ଶ୍ରୀଲଙ୍କାରେ ଅବସ୍ଥାପିତ ହାଇକମିଶନର ଗୋପାଳ ବାଗ୍ଲେ ଏବଂ ଏସବିଆଇ ଅଧ୍ୟକ୍ଷ ଦିନେଶ ଖରା ଉପସ୍ଥିତ ଥିଲେ । ଏହି ଶାଖାକୁ ଉଦଘାଟନ କରିବା ପରେ ସୀତାରମଣ ଏସବିଆଇକୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ଏହା ଶ୍ରୀଲଙ୍କାର ସବୁଠାରୁ ପରୁଣା ବ୍ୟାଙ୍କ, ଯାହାର ୧୫୯ ବର୍ଷର ପୁରୁଣା ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ରହିଛି । ଏସବିଆଇ ଦେଶ ବିଦେଶରେ ନିଜର ବ୍ୟବସାୟ ବିସ୍ତାର କରୁଛି ।
ସୀତାରମଣ କହିଛନ୍ତି କି, ଶ୍ରୀଲଙ୍କାର ଅର୍ଥନୈତିକ ସଂକଟ ସମୟରେ ଏସବିଆଇର ଉପସ୍ଥିତି ଶ୍ରୀଲଙ୍କାକୁ ଭାରତର ୧ ବିଲିୟନ ଡଲାର ଋଣ ସୁରୁଖୁରୁରେ ସମ୍ପ୍ରସାରଣ ପାଇଁ ବାଖ ଖୋଲିଛି । ଏହା ବ୍ୟତୀତ ଏସବିଆଇ ଶ୍ରୀଲଙ୍କା ଅନ୍ତର୍ଜାତୀୟ ବ୍ୟବସାୟରେ କର୍ପୋରେଟ ଜଗତକୁ ସମର୍ଥନ କରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।
ଉଦଘାଟନୀ ପରେ ସୀତାରମଣ ବନ୍ଦର ସହରରେ ଥିବା ଲଙ୍କା ଇଣ୍ଡିଆନ ଅଏଲ କମ୍ପେ୍ଲକ୍ସ ପରିଦର୍ଶନ କରିଥିଲେ । ଦୀର୍ଘଦିନର ବ୍ୟବଧାନ ପରେ ଦୁଇଦେଶ ମଧ୍ୟରେ ଦ୍ୱାଦଶ ପର୍ଯ୍ୟାୟ ଅର୍ଥନୈତିକ ଓ ପ୍ରଯୁକ୍ତି ସହଯୋଗ ଚୁକ୍ତି (ଇଟିସିଏ) ଅନୁଷ୍ଠିତ ହୋଇଥିବା ବେଳେ ସୀତାରମଣ ଏହି ଗସ୍ତ କରିଛନ୍ତି । ୨୦୧୮ ରୁ ଏହି ଆଲୋଚନା ଅଟକି ରହିଥିଲା । ଜୁଲାଇ ଶେଷ ଭାଗରେ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେଙ୍କ ଦିଲ୍ଲୀ ଗସ୍ତ ପରେ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୧ ମଧ୍ୟରେ ଏହି ଆଲୋଚନା ହୋଇଥିଲା ।