କନକ ବ୍ୟୁରୋ : କରୋନା ସହ ଜଡିତ ସାମଗ୍ରୀ ଉପରେ ମନ୍ତ୍ରୀ ସମୁହ କରିଥିବା ସୁପାରିଶକୁ ଆଜି ଜିଏସଟି କାଉଁସିଲ ସ୍ୱୀକାର କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉଁସିଲ ବୈଠକରେ ବ୍ଲାକ ଫଙ୍ଗସ୍ ଔଷଧକୁ ଟ୍ୟାକ୍ସମୁକ୍ତ କରାଯାଇଥିବା ବେଳେ କରୋନା ଟିକା ଉପରେ ପୂର୍ବରୁ ଥିବା ୫ ପ୍ରତିଶତ ଟ୍ୟାକ୍ସକୁ ବଳବତ୍ତର ରଖା ଯାଇଛି । ଏହାସହ କରୋନା ସହିତ ଜଡିତ ଅନ୍ୟକିଛି ସାମଗ୍ରୀ ଉପରେ ଟ୍ୟାକ୍ସ ହ୍ରାସ କରାଯାଇଥିବା ସୂଚନା ମିଳିଛି ।
ଜିଏସଟି କାଉଁସିଲ କରୋନା ସହିତ ଜଡିତ ଯେଉଁ ସାମଗ୍ରୀ ଗୁଡିକ ଉପରେ ଟ୍ୟାକ୍ସ ହ୍ରାସ କରିଛି ତାହା ମଧ୍ୟରେ ରହିଛି ମେଡିକାଲ ଗ୍ରେଡ ଅକ୍ସିଜେନ, ଅକ୍ସିଜେନ କନସେଂଟ୍ରେଟର,ଭେଣ୍ଟିଲେଟର, ବାଇପେପ୍ ମେସିନ, ହାଇ ଫ୍ଲୁ ନଜାଲ ଫୁଲଣା ଓ କୋଭିଡ୍ ଟେଷ୍ଟିଂ କିଟ୍ । ଜିଏସଟି କାଉଁସିଲ ଏହିସବୁ ସାମଗ୍ରୀ ଉପରେ ଲାଗୁ ହୋଇଥିବା ୧୨ ପ୍ରତିଶତ ଟ୍ୟାକ୍ସକୁ ହ୍ରାସ କରି ୫ ପ୍ରତିଶତ କରିଛନ୍ତି ।
जहां एक तरफ मोदी सरकार ने 18 साल से अधिक उम्र के सभी लोगों को कोविड वैक्सीन फ्री में देने का प्रावधान किया गया। दवाइयों पर GST को 12% से घटाकर 5% तक कर दिया गया। कोविड से लड़ाई में रिलीफ मटेरियल पर भी GST 5% किया गया है: केंद्रीय वित्त राज्य मंत्री अनुराग ठाकुर pic.twitter.com/sN22q5I3XQ
— ANI_HindiNews (@AHindinews) June 12, 2021
ଜିଏସଟି ବ୍ୟବସ୍ଥାରେ ବାହନ ଆଇଟମ୍ ଉପରେ ୨୮ ପ୍ରତିଶତ କର ଲାଗୁ ରହିଥିଲା । ମାତ୍ର କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏବେ ଏହା ଉପରେ ୨୮ ପ୍ରତିଶତ ବଦଳରେ ୧୨ ପ୍ରତିଶତ ଟ୍ୟାକ୍ସ ଲଗାଯାଇଛି । କିନ୍ତୁ ଏହା ସେପ୍ଟେମ୍ବର ମାସ ଯାଏ ଲାଗୁ ହେବ ।
କହିରଖୁ କି ଆଜି ଜିଏସଟି କାଉଁସିଲର ୪୪ ତମ ବୈଠକ ବସିଥିଲା । ଏହି ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଅର୍ଥମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେଇଥିଲେ ।