ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ଆଗାମୀ ୨ ମାସ ଯାଏ ସମସ୍ତ ଶ୍ରମିକଙ୍କୁ ମିଳିବ ମାଗଣାରେ ରାସନ; ବିନା କାର୍ଡଧାରୀଙ୍କୁ ବି ମିଳିବ ଫାଇଦା

Advertisment
ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା:  ଆଗାମୀ ୨ ମାସ ଯାଏ ସମସ୍ତ ଶ୍ରମିକଙ୍କୁ ମିଳିବ ମାଗଣାରେ ରାସନ; ବିନା କାର୍ଡଧାରୀଙ୍କୁ ବି ମିଳିବ ଫାଇଦା

କନକ ବ୍ୟୁରୋ: ଆତ୍ମ ନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ୟାକେଜ ଘୋଷଣା । ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତିର ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଦ୍ୱିତୀୟ କିସ୍ତି ଘୋଷଣାରେ ରାସ୍ତାକଡ ବ୍ୟବସାୟୀ, କ୍ଷୁଦ୍ର ଚାଷୀ ଏବଂ ପ୍ରବାସୀ ଶ୍ରମିକ ପାଇଁ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ । ତେବେ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ମାଗଣାରେ ରାସନ ମିଳିବ । ରାସନ କାର୍ଡ ନଥିବା ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଏହି ଲାଭ ମିଳିବ ।  ବିନା କାର୍ଡଧାରୀଙ୍କୁ ବି ସରକାରଙ୍କ ତରଫରୁ ୫ କିଲୋ ଗହମ-ଚାଉଳ, ଏକ କିଲୋ ଡାଲି ପ୍ରଦାନ କରାଯିବ । ଏଥିପାଇଁ ସାଢେ ୩ ହଜାର କୋଟି ଟଙ୍କାର ଯୋଜନା କରାଯାଇଛି । ଫଳରେ ୮ କୋଟି ଶ୍ରମିକଙ୍କୁ ଫାଇଦା ମିଳିବ । ତେବେ ଏହାକୁ ଲାଗୁ କରିବାର ସଂପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ହେବ ବୋଲି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

ସମସ୍ତଙ୍କୁ ମାଗଣା ଖାଦ୍ୟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା ଦୁଇମାସ ପାଇଁ ସମସ୍ତଙ୍କୁ ମାଗଣା ୫ କିଲୋଗ୍ରାମ ଚାଉଳ / ଗହମ ଏବଂ ୧ କିଲୋ ଡାଲି ଦିଆଯିବ। ତେବେ ବଡ କଥା ହେଉଛି ରାସନ କାର୍ଡ ନଥିବା ବ୍ୟକ୍ତିମାନେ ମଧ୍ୟ ଏହି ସୁବିଧା ପାଇବେ । ଏଥିପାଇଁ ସରକାର ୩୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଶ୍ରମିକମାନଙ୍କୁ ଯୋଗାଇବା କାମ ରାଜ୍ୟ ସରକାରଙ୍କ ଦ୍ୱାରା କରାଯିବ । ଏଥିରୁ ୮ କୋଟି ଶ୍ରମିକ ଉପକୃତ ହେବେ ବୋଲି ଆଜିର ଘୋଷଣାରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

ଅନ୍ୟପଟେ ଶ୍ରମ ଆଇନରେ ସଂସ୍କାର ଆଣିବା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ନେଇ କହିଛନ୍ତି ନିର୍ମଳା । କାରଣ କେବଳ ୪୦ ପ୍ରତିଶତ ଶ୍ରମିକ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀର ଲାଭ ପାଆନ୍ତି । ଅର୍ଥମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ ଯେଉଁ କମ୍ପାନୀରେ ୧୦ ଜଣ ଶ୍ରମିକ କାମ କରନ୍ତି ସେମାନେ ଇଏସଆଇର ସୁବିଧା ପାଇବେ । ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ଏକ ବଡ଼ ସମସ୍ୟା । ସମସ୍ତ କର୍ମଚାରୀଙ୍କ ବାର୍ଷିକ ହେଲଥ ଚେକଅପ ମଧ୍ୟ ବାଧ୍ୟତାମୂଳକ କରିବାକୁ ଯୋଜନା କରାଯାଉଛି ।

ସେହିଭଳି ଅନ୍ୟ ଘୋଷଣା ଗୁଡିକ ହେଲା..

ଜୁନ ପହିଲାରୁ ସାରା ଦେଶରେ ରାସନ କାର୍ଡର ନେସନାଲ ପୋର୍ଟିବିଲିଟି ଅର୍ଥାତ୍ ୱାନ ନେସନ ୱାନ କାର୍ଡ ଲାଗୁ କରାଯିବ ଏବଂ ଚଳିବ ବର୍ଷ ଅଗଷ୍ଟ ୨୩ ତାରିଖରୁ ରାଜ୍ୟମାନଙ୍କରେ ୬୭ କୋଟି ହିତାଧିକାରୀଙ୍କୁ ଏଥିରେ ପରିସରଭୁକ୍ତ କରାଯିବ । ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ରାସନ କାର୍ଡ କଭର କରାଯିବ । ଏଠାରେ ଆମେ କହି ରଖୁଛି କି, ଗୋଟିଏ ରାସନ କାର୍ଡ ଦ୍ୱାରା ରାସନକାର୍ଡଧାରୀ ଦେଶର କୌଣସି ବି କୋଣରେ ରହିଲେ ବି ନିଜ ଭାଗ ରାସନ ନେଇପାରିବେ । ତେବେ ଦେଶରେ ପାଖାପାଖି ୮୦ କୋଟିରୁ ଅଧିକ ରାସନକାର୍ଡଧାରୀ ଅଛନ୍ତି ।

ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତା ମିଳିବ । ମନରେଗା ଆଧାରରେ ସେମାନଙ୍କୁ ରୋଜଗାର ମିଳିବ । ଏହାଦ୍ୱାରା ୨,୩୩ କୋଟି ଲୋକଙ୍କୁ ଲାଭ ମିଳିବ । ତେବେ ସର୍ବନିମ୍ନ ମଜୁରୀକୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୧୮୨ ଟଙ୍କା ମଜୁରୀ ମିଳୁଥିଲା ।

ସେହିଭଳି ସମସ୍ତ କର୍ମଚାରୀଙ୍କ ବାର୍ଷିକ ହେଲଥ ଚେକଅପ ମଧ୍ୟ ବାଧ୍ୟତାମୂଳକ କରିବାକୁ ଯୋଜନା କରାଯାଇଛି । ସଂସଦରେ ଏହା ଉପରେ ବିଚାର ବିମର୍ଶ ଜାରି ରହିଛି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେହିଭଳି ସର୍ବନିମ୍ନ ମଜୁରୀ ତଥା ପାରିଶ୍ରମିକ ତଥା ବେତନ ଅଧିକାର ସମସ୍ତ କର୍ମଚାରୀଙ୍କୁ ଦେବାକୁ ପ୍ରସ୍ତାବ ଯୋଜନା । ଫଳରେ ସର୍ବନିମ୍ନ ୱେଜ କ୍ଷେତ୍ରୀୟ ଅସମାନତା ଶେଷ କରିବାକୁ ଯୋଜନା ରଖାଯାଇଛି । ସେହିପରି ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯିବ ।

ସେହିଭଳି ସହରାଂଚଳ ଗରିବଙ୍କୁ ୧୧ ହଜାର କୋଟି ଟଙ୍କାର ସରକାରୀ ସହାୟତା ମିଳିବ । ସରହରାଂଚଳ ଗରିବଙ୍କ ପାଇଁ ରାଜ୍ୟ ସରକାର ରିଲିଫ ପାଣ୍ଠି ବ୍ୟବହାର କରିବାକୁ ଅନୁମତି ମିଳିଲା । ଯାହାଦ୍ୱାରା ସେମାନଙ୍କର ଖାଇବା ଏବଂ ରହିବା ବ୍ୟବସ୍ଥା କରାଯିବ । ଏଥିପାଇଁ କେନ୍ଦ୍ରରୁ ଟଙ୍କା ପ୍ରଦାନ କରାଯାଇଥାଏ । ସହରାଂଚଳରେ ରହୁଥିବା ବାସହରା ଲୋକଙ୍କୁ ସେଲଟର ହୋମରେ ତିନି ଓଳା ଖାଇକାକୁ ସଂପୂର୍ଣ୍ଣ ରୂପେ କ୍ରେନ୍ଦ୍ର ସରକାରଙ୍କ ଟଙ୍କାରୁ ଦିଆଯାଉଛି ।

ଚାଷୀ ୪.୨୨ ଲକ୍ଷ କୋଟି ଟଙ୍କାର ଲୋନ ନେଲେ ଚାଷୀଙ୍କୁ ଲୋନ ଉପରେ ୩ ମାସର ରିହଆଶ୍ୱସ୍ତି ମିଳିଯିବ । ଇଟରେଷ୍ଟ ସବଭେସନ ସ୍କିମକୁ ୩୧ ମେ ଯାଏଁ ବୃଦ୍ଧି କରାଯାଇଛି । ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ କାର୍ଡ ଜାରି କରାଯାଇଛି । ନାବାର୍ଡ ପକ୍ଷରୁ ଗ୍ରାମୀଣ ବ୍ୟାଙ୍କ ଗୁଡିକୁ ୨୯,୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe