ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସୁଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିକ୍ରିୟା :  କହିଲେ, ‘ଦୁର୍ବଳ ହେଉନି ଟଙ୍କା, ସବଳ ହେଉଛି ଡଲାର’

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସୁଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିକ୍ରିୟା :  କହିଲେ, ‘ଦୁର୍ବଳ ହେଉନି ଟଙ୍କା, ସବଳ ହେଉଛି ଡଲାର’

The Union Minister for Finance and Corporate Affairs, Smt. Nirmala Sitharaman addressing a Press Conference, in New Delhi on June 28, 2021.

କନକ ବ୍ୟୁରୋ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି, ଦୁର୍ବଳ ହେଉନି ଟଙ୍କା, ସବଳ ହେଉଛି ଡଲାର । ଏପରିକି ଅନ୍ୟ ଦେଶ ତୁଳନାରେ ଭାରତୀୟ ମୁଦ୍ରା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି ।

ଦୁଇଦିନିଆ ଆମେରିକା ଗସ୍ତରେ ଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଶନିବାର ୱାଶିଂଟନ ଡିସିରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଦେଶର ବିଭିନ୍ନ ସମସ୍ୟା ଉପରେ ମତ ରଖିଛନ୍ତି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ଠାରୁ ଆରମ୍ଭ କରି ଜି-୨୦ ରାଷ୍ଟ୍ରଗୁଡ଼ିକର କର୍ତ୍ତବ୍ୟ ଆଦି ବିଷୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ସୀତାରମଣ।

ଏଥିରେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇବା ପ୍ରସଙ୍ଗ ବି ଉଠିଛି। ଭାରତୀୟ ମୁଦ୍ରା ଆମେରିକା ଡଲାର ତୁଳନାରେ ବାରମ୍ବାର ହ୍ରାସ ପାଉଛି। ଏହାର ସମାଧାନ ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଉଛି ବୋଲି ସୀତାରମଣଙ୍କୁ ପ୍ରଶ୍ନ କରିଛନ୍ତି ସାମ୍ବାଦିକ। ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଉଛି ତାହା ଦେଖ ନାହିଁ ବରଂ ଡଲାର ମୂଲ୍ୟ ବଢ଼ୁଛି ତାହା ଦେଖ। ଜିଓ ପଲିଟିକାଲ ଟେନ୍ସନ ପାଇଁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାମୂଲ୍ୟ ହ୍ରାସ ପାଉଛି ବୋଲି ସୀତାରମଣ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe