କନକ ବ୍ୟୁରୋ: ଆଜି ତୃତୀୟ ପାଳି ମୋଦୀ ସରକାରରେ ସପ୍ତମ ଥର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଆଜି ସଂସଦରେ  ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସମସ୍ତ ଔପଚାରିକତା ପୂରଣ କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରଥମେ ଅର୍ଥମନ୍ତ୍ରଣାଳୟକୁ ଯାଇ ସେଠାରେ ନିଜ ଟିମ୍ ସହ ଫଟୋ ସେସନ୍ କରିବା ବଜେଟ୍ ଟାବ୍ଲେଟକୁ ଦେଖାଇଛନ୍ତି ।

Advertisment

ବଜେଟରେ କେଉଁ ବଡ଼ ଘୋଷଣା ହେବ, ତାହା ତ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ଏହି ବଜେଟ୍ ଆଗାମୀ ୫ ବର୍ଷ ପାଇଁ ଦେଶର ବିକାଶ କ୍ଷେତ୍ରରେ ଦିଗ ନିର୍ଣ୍ଣୟ କରିବ ।  ବିଶେଷ କରି ଏହି ବଜେଟ୍ ଉପରେ ରହିଛି ମଧ୍ୟବିତ୍ତ ବର୍ଗ ଲୋକଙ୍କ  ନଜର ।