ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ୍ ! ୨୦୧୪ ରୁ ବଢିନାହିଁ ଦରଦାମ୍ , ସରକାରଙ୍କୁ ଅଯଥାରେ ପ୍ରଶ୍ନ ପଚାରୁଛନ୍ତି ଜନତା ।

362

ଦେଶରେ ଆର୍ଥୀକ ମାନ୍ଦାବସ୍ତାର ଚର୍ଚ୍ଚା ଲାଗିରହିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଶୁକ୍ରବାର କହିଥିଲେ ଯେ , ମହଙ୍ଗା ଦର ଏବେ ନିୟନ୍ତ୍ରଣ ରହିଛି ଏବଂ ୨୧୦୪ ରୁ ବଢିନାହିଁ । ସୀତାରମଣ୍ କଲିକତାରେ ଉଦ୍ୟୋଗପତି ଏବଂ ବ୍ୟବସାୟୀଙ୍କ ସହ ସାକ୍ଷାତକାର କରିବା ପରେ ମହଙ୍ଗା ଦର ୨୦୧୪ ରୁ ବଢିନଥିବା କଥା କହିଥିଲେ । ମହଙ୍ଗାମାଡକୁ ନେଇ କେହି ସରକାର ଉପରେ ପ୍ରଶ୍ନ ଉଠାଇପାରିବେ ନାହିଁ । ଯଦି ଜନତା ଉତ୍ତର ଚାହୁଁଛନ୍ତି ତେବେ ୨୦୦୮ ରୁ ୨୦୧୬ ଭିତରେ ଥିବା ମୁଦ୍ରାସ୍ଥିତିକୁ ଦେଖନ୍ତୁ । କୁହାଯାଉଛି କି , ମହଙ୍ଗା ଦର ଲମ୍ବା ସମୟରୁ ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ନିର୍ଦ୍ଧାରିତ ୪ ପ୍ରତିଶତ ଲକ୍ଷ ଭିତରେ ରହିଛି । ଜୁଲାଇରେ ୩.୧୫ % ,ଜୁନ୍ ରେ ୩.୧୮ % କମ୍ ରହିଛି ।

ଦେଶର ଅର୍ଥନୀତି ଏହି ସମୟରେ କ୍ଷିପ୍ରଗତିିରେ ଚାଲୁଛି । ଅର୍ଥମନ୍ତ୍ରୀଙ୍କ କହିବାନୁସାରେ , ସରକାର ସବୁ ସେକ୍ଟର ସାମ୍ନାରେ ଆସୁଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ଉଚିତ୍ ପଦକ୍ଷେପ ଆପଣାଉଛନ୍ତି ।