କନକ ବ୍ୟୁରୋ: କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।ଶ୍ରୀ ଜେଟଲୀ ସ୍ୱୀକାର କରିଛନ୍ତି ଯେ, କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିବାଦ ରହିଛି । ସେ, କହିଛନ୍ତି ଯେ, କେବଳ ଦୁଇଟି ନୀତିରେ ଉଭୟଙ୍କ ମଧ୍ୟରେ ବିବାଦ ରହିଛି । ତେବେ ସେହି ସବୁ ସମସ୍ୟାର ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ଜେଟଲୀ କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିବାଦ କେବଳ ଏବେ ନୁହେଁ ପୂର୍ବରୁ ମଧ୍ୟ ଦେଖାଯାଇଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଓ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ନିଜ ପଦରୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ଜେଟଲୀ ସୂଚନା ଦେଇଛନ୍ତି ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଅରୁଣ କହିଛନ୍ତି , ଆରବିଆଇରେ କରଜ ଦେବା ତଥା ନଗଦ କାରବାରରେ କିଛି ଟା ମତଭେଦ ରହିଛି । କିନ୍ତୁ ଏହାକୁ ନେଇ କେନ୍ଦ୍ର ସରକାର ଆଲୋଚନ ମଧ୍ୟ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଧାରା ୭ ଅନୁସାରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କସହ ଆଲୋଚନା କରିଥିଲେ । ଏହାସହ ରିଜର୍ଭ ବ୍ୟାଙ୍କ ଜନହିତକର ପଦକ୍ଷେପ ନେବା ପାଇଁ କହିଥବା ମଧ୍ୟ ସୂଚନା ମିଳିଛି । ତେବେ କେତେ ବେଳେ ଓ କେଉଁ କଥାରେ ଆଲୋଚନା ହୋଇଛି ତାହାର ସମୟ ଜେଟଲୀ କହିନଥିବା ଜଣାପଡିଛି ।
ଏହାସହ ଜେଟଲୀ କହିଛନ୍ତି ଯେ, ଆମେ ସରକାର ସବୁବେଳେ ଦେଶର ଅର୍ଥନୀତି କିପରି ଭାବରେ ଭଲ ରହିବ ତାହା କଥା ଚିନ୍ତା କରୁଛି । ତେଣୁ ସରକାର ଲୋକମାନଙ୍କର ସ୍ୱାର୍ଥ ପାଇଁ କାମ କରୁଥିବା ସେ କହିଛନ୍ତି ।ଏହାସହ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ରିଜର୍ଭ ବ୍ୟାଙ୍କକୁ ଏକ ଚିଠି ଲେଖିଥିଲେ ଏବଂ କହିଥିଲେ ନିର୍ବାଚିତ ସରକାର ହିଁ ବ୍ୟାଙ୍କକୁ ନିୟନ୍ତ୍ରଣ କରିବେ ବୋଲି । ହେଲେ ଆମ ସରକାର ଲୋକମାନଙ୍କ ପାଇଁ ସର୍ବଦା କାମ କରୁଛି ଓ ଆଗକୁ ମଧ୍ୟ କରିବ ବୋଲି ଜେଟଲୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/RBI.jpg)