ଶେଷରେ ବାହାରିଲା ଆନ୍ଧ୍ର-ଓଡିଶା ସୀମା ବିବାଦ ସମାଧାନର ବାଟ । ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁସାରେ ନିର୍ଦ୍ଧାରଣ ହେବ ସୀମା

134

କନକ ବ୍ୟୁରୋ : ଶେଷରେ ବାହାରିଲା ଆନ୍ଧ୍ର-ଓଡିଶା ସୀମା ବିବାଦ ସମାଧାନର ବାଟ । ୧୯୬୩ ସେଟେଲମେଂଟ ନକ୍ସା ଅନୁସାରେ ସୀମା ନିର୍ଦ୍ଧାରଣ କରାଯିବ । ଆଜି ଉଭୟ ରାଜ୍ୟର ଅଧିକାରୀଙ୍କ ଆଲୋଚନା ପରେ ଏହି ନିଷ୍ପତି ହୋଇଛି । ଆଉ ଏହି ନିଷ୍ପତି ମାନିବାକୁ ବାଧ୍ୟ ଉଭୟ ରାଜ୍ୟର ସୀମାନ୍ତ ବାସୀ, ଏନେଇ ଚୁକ୍ତି ହୋଇଛି ।

ସୀମା ବିବାଦ ନେଇ ଆଲୋଚନା କରିବା ପରେ ରାଷ୍ଟ୍ରିୟ ସଂଗୀତ ଗାନ କରି ଏକତାର ବାର୍ତା ଦେଇଛନ୍ତି ଉଭୟ ରାଜ୍ୟର ଅଧିକାରୀ । ସୀମା ବିବାଦ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ପଟାଙ୍ଗୀ ବ୍ଲକର ସୁନାବେଡ଼ାରେ ବୈଠକ ବସିଥିଲା । ଆନ୍ଧ୍ର ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ବନିବିଭାଗର ଅଧିକାରୀ ନେତୃତ୍ୱ ନେଉଥିବା ବେଳେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ପଟାଙ୍ଗୀ ତହସିଲଦାର, ବିଡିଓ ସମେତ ବନ କର୍ମଚାରୀ ଓ ରାଜସ୍ୱ ଅଧିକାରୀ ଉପସ୍ଥିତ ରହିଥିଲେ ।