କନକ ବ୍ୟୁରୋ : ଚୀନକୁ ଆଇନା ଦେଖାଇଲେ ଭାରତୀୟ ସେନାର ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମଏମ ନରଭଣେ । ନିଜ ଟୁଇଟର ପେଜରେ ଚୀନର ଅସଲ ମାନଚିତ୍ର ପୋଷ୍ଟ କରିଛନ୍ତି ନରଭଣେ । ପୋଷ୍ଟ କରି ସେ ଲେଖିଛନ୍ତି ଶେଷରେ ଜଣେ କିଏ ଚୀନର ଅସଲ ମାନଚିତ୍ର ପାଇଛନ୍ତି । ମାନଚିତ୍ରରେ ଲଦାଖ ଓ ତିବଦ୍ଧ ସମେତ କେତେକ ଅଂଚଳକୁ ଚୀନ ଅଧିକୃତ ଅଂଚଳ ବୋଲି କୁହାଯାଇଛି । କିଛି ଦିନ ପୂର୍ବରୁ ଚୀନ ଏକ ମାନଚିତ୍ର ଜାରି କରି ଲଦାଖ, ତିବଦ୍ଧ, ଅରୁଣାଚଳପ୍ରଦେଶ, ଅକ୍ସ।।ଇ ଚୀନ ସମେତ ଆଉ କିଛି ଅଂଚଳକୁ ନିଜର ବୋଲି ଦାବି କରିଥିଲା । ଭାରତର ଏହା ଦୃୃଢ ବିରୋଧ ପ୍ରତିବାଦ କରିଥିଲା