କନକ ବ୍ୟୁରୋ: ଗତ କିଛି ଦିନ ହେବ ଅଭିନେତା ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚା ଖୁବ୍ ଶିଘ୍ର ସତ ହେବାକୁ ଯାଉଛି । କାରଣ ଦୀପାବଳୀରେ ବିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ ଶେଷ ହୋଇଛି । ନିର୍ଦ୍ଦେଶକ କବୀର ଖାନଙ୍କ ଘରେ ବିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ ଉତ୍ସବ ଶେଷ ହୋଇଛି ।
ବିକି ତାଙ୍କ ବାପା, ମା’ ଓ ଭାଇ ସନିଙ୍କ ସହ ଆସିଥିବାବେଳେ କ୍ୟାଟ୍ରିନା ତାଙ୍କ ମା’ ସୁଜେନ୍ ଓ ଭଉଣୀ ଇଜାବେଲଙ୍କ ସହ ନିର୍ବନ୍ଧକୁ ଆସିଥିଲେ । ଏହି ପାର୍ଟିକୁ ଗଣମାଧ୍ୟମର ନଜରରୁ ଦୂରେଇ ରଖିବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଦୀପାବଳୀ ଭଳି ଦିନକୁ ଶୁଭ ବିଚାରି ଏହି ଦିନ ନିର୍ବନ୍ଧ କରିବାକୁ ମନସ୍ଥ କରିଥିଲେ ଉଭୟ କ୍ୟାଟ୍ରିନା ଓ ବିକି । ଅବଶ୍ୟ ନିର୍ବନ୍ଧର କୌଣସି ଫଟୋ ଏଯାଏଁ ସୋସିଆଲ ମିଡିଆରେ ସେୟାର କରିନାହାଁନ୍ତି । ଦୁହେଁ ଏବେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜସ୍ଥାନରେ ଦୁହିଁଙ୍କ ବିବାହ ଡେଷ୍ଟିନେସନ୍ ହେବ ବୋଲି କୁହାଯାଉଛି । ଡିସେମ୍ବରରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବାର ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/10-11.jpg)