ଆସ୍କାରେ ପଳାତକ ଅଭିଯୁକ୍ତଙ୍କୁ ଚରମ ଚେତାବନୀ । କୋର୍ଟ ଅବମାନନା ଅଭିଯୋଗରେ ଡେଙ୍ଗୁରା ବଜାଇ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସମନ କଲା ପୁଲିସ

219

କନକ ବ୍ୟୁରୋ : ପଳାତକଙ୍କୁ ଚରମ ଚେତାବନୀ । କୋର୍ଟରେ ହାଜର ନହେଲେ ବାଜ୍ୟାପ୍ତ ହେବ ସମ୍ପତି । ଡେଙ୍ଗୁରା ବଜାଇ ଏଭଳି ଏକ ସମନ ଜାରି କରିଛି ଆସ୍କା ପୋଲିସ । ଆସ୍କା ଥାନା ଅଧିନରେ ପଞ୍ଜୀକୃତ ହୋଇଥିବା ଅନେକ ଅଭିଯୁକ୍ତଙ୍କୁ ଏଭଳି ଚେତାବନୀ ଦିଆଯାଇଛି ।

ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଥିଲା । ହେଲେ ଅନେକ ଅଭିଯୁକ୍ତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କୋର୍ଟରେ ପକ୍ଷ ରଖିନଥିଲେ । ଫଳରେ ପୂର୍ବରୁ ସେମାନଙ୍କ ବିରୋଧରେ ଗିରଫ ବିହୀନ ପରୱାନା ଜାରି କରିବା ପରେ ପଳାତକ ଘୋଷଣା କରାଯାଇଥିଲା । ହେଲେ ପଳାତକ ଘୋଷଣା ହୋଇଥିବା ଅଭିଯୁକ୍ତଙ୍କୁ ଡେଙ୍ଗୁରା ବାଡେଇ ସମନ କରାଯାଇଥିଲା । ସିଆରପିସି ୮୩ ଅନୁସାରେ କୋର୍ଟ ନିର୍ଦ୍ଦେଶ ଅବମାନନା ପାଇଁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ସମ୍ପତି ବାଜ୍ୟାପ୍ତ କରାଯିବ ବୋଲି ଘୋଷଣା କରାଯାଇଛି ।