କନକ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଭକ୍ତଙ୍କ ଭିତରେ ବଢ଼ୁଛି ଉକ୍ରଣ୍ଠା । ଏହି ଉକ୍ରଣ୍ଠା ଭିତରେ ଭକ୍ତ ଦେଖିଛନ୍ତି ଶ୍ରୀରାମଙ୍କ ସୌମ୍ୟରୂପ । ମନ୍ଦିରର ଗର୍ଭଗୃହରେ ବିରାଜିତ ରାମଲଲାଙ୍କ ପ୍ରଥମ ଓ ଭବ୍ୟ ପ୍ରତିମୂର୍ତି ସାମ୍ନାକୁ ଆସିଛି । ସେପଟେ ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ ନୀତିନୀୟମ ପାଳନ କରି ଆସୁଛନ୍ତି । ସେପଟେ ଅଯୋଧ୍ୟର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦୀପୋଉତ୍ସବ ପାଳନ ପାଇଁ ରାଜ୍ୟରେ ମଧ୍ୟ ପ୍ରସ୍ତୁତି ଚାଲିଛି ।

ସେ ଶବ୍ଦ ବା’ କାହିଁ, ଯେଉଁ ଶବ୍ଦରେ ସ୍ୱୟଂ ଭଗବାନଙ୍କ ସ୍ୱରୂପ ବର୍ଣ୍ଣନା କରାଯାଇପାରିବ । ମଣିଷ କେବଳ ପ୍ରୟାସ ମାତ୍ର କରିପାରବ । ମୁଖ ମଣ୍ଡଳରେ ସ୍ମିତ ହସ, କପାଳରେ ଶୋଭା ପାଉଛି ତିଳକ । ଗୋଟିଏ ହାତରେ ଧନୁ, ଆଉ ଗୋଟିଏ ହାତରେ ତୀର । ରାମ୍ଲାଲାଙ୍କ ବାଳ ସ୍ୱରୂପର ମୁର୍ତୀ ଯିଏ ଦେଖୁଛି ଭାବ ବିହ୍ୱଳ ହୋଇଯାଉଛି । ପ୍ରଭୁଙ୍କ ଜନ୍ମପୀଠରେ ସ୍ୱୟଂ ମର୍ଯ୍ୟାଦା ପୁରୁଷୋତମଙ୍କ ମୂର୍ତୀ ଭକ୍ତଗଣଙ୍କୁ ଯେମିତି ମନ୍ତ୍ରମୁଗ୍ଧ କରି ଦେଉଛି ।

ମନ୍ଦିର ପରିସରରେ ମୁର୍ତୀ ପହଂଚିବା ପରେ ସମସ୍ତେ ଉତ୍ସାହିତ ହୋଇଯାଇଥିଲେ, ହେଲେ ଆଖିରୁ ପଟି କେତେବେଳେ ଉଠିବ ଉକ୍ରଣ୍ଠର ସହ ଚାହିଁ ରହିଥିଲେ । ୫୧ ଇଂଚର ଶ୍ୟାମଳ ମୂର୍ତିରୁ ପଟି ହଟିଯିବା ପରେ ଶ୍ରୀରାମଙ୍କ ଦିବ୍ୟ ସ୍ୱରୂପ ସାମ୍ନାକୁ ଆସିଥିଲା । ଆଉ ଶ୍ରଦ୍ଧାଳୁଙ୍କ ଖୁସିର ସୀମା କହିଲେ ନ ସରେ ।

ଭଗବାନ ପ୍ରସ୍ତୁତ, ଭଗବାନଙ୍କୁ ସ୍ଥାପନ କରିବା ପାଇଁ ଯଜମାନ ବି ପ୍ରସ୍ତୁତ । ହେଲେ ଯଜମାନ ହେବା ଏତେ ସହଜ ନୁହେଁ । ମୁଖ୍ୟ ଯଜମାନ ଥିବା ପ୍ରଧାନମନ୍ତ୍ରୀଙ୍କୁ କଠୋର ସାଧାନା କରିବାକୁ ପଡ଼ିଛି । ୧୧ ଦିନ ଧରି ନିୟମ ଭିତରେ ରହୁଛନ୍ତି ମୁଖ୍ୟ ଯଜମାନ, ଚଟାଣରେ ଗୋଟିଏ ଚାଦରରେ ଶୋଉଛନ୍ତି, ପାନୀୟ ଭାବେ କେବଳ ନଡ଼ିଆ ପାଣି ପିଉଛନ୍ତି, ଗୋରୁ ପୂଜା କରୁଛନ୍ତି, ଗାଈଙ୍କୁ ଖାଇବାକୁ ଦେଉଛନ୍ତି, ନିୟମିତ ଦାନଧର୍ମ କରୁଛନ୍ତି, ଦାନ ଭାବେ ଅନ୍ନଦାନ ଓ ବସ୍ତ୍ରଦାନ କରୁଛନ୍ତି ପ୍ରଧାନମନ୍ତ୍ରୀ ।

୧୧ ତାରିଖକୁ ବିଧି ଅନୁସାରେ ସମସ୍ତ ଧାର୍ମିକ କର୍ମ କରି ଆସୁଛନ୍ତି ମୁଖ୍ୟ ଯଜମାନ ତଥା ପ୍ରଧାନମନ୍ତ୍ରୀ । ସେହିପରି ୧୨ ତାରିଖ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭଗବାନ ରାମଙ୍କ ସହ ଜଡ଼ିତ ଥିବା ମନ୍ଦିର ଯାଇ ପୂଜାପାଠ କରିଛନ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବର ମୁଖ୍ୟ ଯଜମାନ ।

ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ଏବଂ ଏଥିର ଶ୍ରଦ୍ଧାଳୁ ସାମିଲ ହେବେନି, ଏହା କେବେ କଳ୍ପନା କରାଯାଇନପାରେ । ସାରା ଦେଶର ଭକ୍ତ ସେମିତି ଶ୍ରୀରାମ ପ୍ରେମରେ ଏକାକାର ।ଅଯୋଧ୍ୟର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦୀପୋଉତ୍ସବ ପାଳନ ପାଇଁ ଓଡ଼ିଶାରେ ପ୍ରସ୍ତୁତି ଚାଲିଛି । ସମ୍ବଲପୁରେ ଦୀପୋତ୍ସବ ପାଳନ ପାଇଁ ପ୍ରସ୍ତୁତ ହୋଇଛି ହଜାର ହଜାର ଦୀପ । ଭଦ୍ରକ ବାସୁଦେବପୁରରେ ସ୍ଥାନୀୟ କ୍ଳବ୍ ରୋଡ଼ରେ ନିର୍ମାଣ ହେଉଛି ଏକ ବିଶାଳ ଦୀପ । ଏହି ଦୀପରେ ୧୨ ହଜାର ଲିଟର ତେଲ ଧରିବ । ଦୀପ ଜାଳି ରାମଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି । କେନ୍ଦ୍ରାପଡ଼ା ଜିଲ୍ଲା ନୀଳକଣ୍ଠପୁର ଗାଁର କାରିଗର ପରଖିତ ଓଝା । ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିବା ପାଇଁ ସ୍ଥାନୀୟ ମନ୍ଦିରରେ ବିଭିନ୍ନ କଳାକୃତିକୁ ପଥରରେ ନିର୍ମାଣ କରୁଛନ୍ତି ।

ଅପେକ୍ଷା ଆସନ୍ତା ସୋମବାରର ସେହି ଶୁଭ ମୁହୁର୍ତକୁ, ଯେତେବେଳେ ରାମଲାଲ୍ଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଆଉ ପ୍ରାୟ ସାଢ଼େ ୫ ଶହ ବର୍ଷର ସଂଘର୍ଷ ପରେ ଜନ୍ମପୀଠରେ ଅବସ୍ଥାନ କରିବେରାମଲାଲା