କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ଆଜି ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସିଟରେ ଆଜି ଭୋଟିଂ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରାଣାସୀ ସିଟ ବି ସାମିଲ ଅଛି । ପଞ୍ଜାବ ଓ ୟୁପିରେ ୧୩-୧୩ ସିଟ, ପଶ୍ଚିମବଙ୍ଗରେ ୯, ବିହାରର ୮, ଓଡିଶାର୬, ହିମାଚଳର ୪, ଝାଡଖଣ୍ଡର ୩ ଓ ଚଣ୍ଡିଗଡର ଗୋଟିଏ ସିଟରେ ହେଉଛି ମତଦାନ ।
ଏହି ପର୍ଯ୍ୟାୟରେ ଅନେକ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ହମୀରପୁରରୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଡାୟମଣ୍ଡ ହାର୍ବରରୁ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ପଟିୟାଲାପୁତ୍ରରୁ ଲାଲୁଯାଦବଙ୍କ ଝିଅ ମିସା ଭାରତୀ, ମଣ୍ଡିରୁ କଙ୍ଗନା ରଣାୱତ ମୈଦାନରୁ ନିର୍ବାଚନ ଲଢୁଛନ୍ତି ।
ଦିନ ଗୋଟିଏ ସୁଦ୍ଧା ଦେଶରେ ୪୦.୦୯ ପ୍ରତିଶତ ମତକଦାନ ହୋଇଥିବା ବେଳେ, ବିହାରରେ ୩୫.୬୫ ପ୍ରତିଶତ, ହିମାଚଳ ପ୍ରଦେଶରେ, ୪୮.୬୩ ପ୍ରତିଶତ, ଝାଡଖଣ୍ଡରେ ୪୬.୮୦ ପ୍ରତିଶତ, ଓଡିଶାରେ ୩୭.୬୪ ପ୍ରତିଶତ, ପଞ୍ଜାବରେ ୩୭.୮୦ ପ୍ରତିଶତ, ଉତ୍ତରପ୍ରଦେଶରେ ୩୯.୩୧ ପ୍ରତିଶତ, ପଶ୍ଚିମବଙ୍ଗରେ ୪୫.୦୭ ପ୍ରତିଶତ ଓ ଚଣ୍ଡିଗଡରେ ୪୦.୧୪ ପ୍ରତିଶତ ଭୋଟ ପଡିଛି ।
Follow Us