କନକ ବ୍ୟୁରୋ : ତାଳଚେର-ବିମଳାଗଡ ରେଳ ପ୍ରକଳ୍ପର ସଂଯୋଗୀକରଣ କାମ ଜୋରସୋରରେ ଆଗେଇ ଚାଲିଛି । ଏଥିପାଇଁ ସୁନାଖଣି ଓ ସମଲ ଷ୍ଟେସନ ମଧ୍ୟରେ ଥିବା ବାରୁଅଁ ପାହାଡରେ ରେଳପଥ ପାଇଁ ୮୪୦ ମିଟର ସୁଡଙ୍ଗ ଖୋଳା କାମ ଶେଷ ପର୍ଯ୍ୟାୟରେ ପହଂଚିଛି । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଟୁଇଟରେ ସୁଡଙ୍ଗ ଖୋଳାର ଏକ ଭିଡିଓ ପୋଷ୍ଟ କରି ଧର୍ମେନ୍ଦ୍ର ଲେଖିଛନ୍ତି, ମୋଦି ସରକାରଙ୍କ ନେତୃତ୍ୱରେ ଓଡିଶାରେ ରେଳ ଯୋଗାଯୋଗର କାମ ତ୍ୱରାନ୍ୱିତ ହୋଇଛି । ରାଜ୍ୟବାସୀଙ୍କ ୫ ଦଶନ୍ଧିର ଦାବି ପୁରଣ ପାଇଁ ସମସ୍ତ ବାଧାବିଘ୍ନକୁ ହଟାଉଥିବା ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ।
ଓଡ଼ିଶାରେ ରେଳ କାର୍ଯ୍ୟର ବିକାଶକୁ ପ୍ରାଥମିକତା ଦେଇ ରାଜ୍ୟବାସୀଙ୍କ ପାଞ୍ଚ ଦଶନ୍ଧୀର ଦାବୀକୁ ପୂରଣ କରିବା ଦିଗରେ ସମସ୍ତ ବାଧାବିଘ୍ନକୁ ହଟାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ @narendramodi ଜୀ ଓ ରେଳ ମନ୍ତ୍ରୀ @AshwiniVaishnaw ଙ୍କୁ ଧନ୍ୟବାଦ । #Infra4India
— Dharmendra Pradhan (@dpradhanbjp) November 28, 2021
୯୨୮ କୋଟି ଟଙ୍କା ବ୍ୟୟରେ ୧୪୯ ଦଶମିକ ୭୮ କିଲୋମିଟର ରେଳପଥ ପ୍ରକଳ୍ପ ଓଡିଶାର ଖଣି ଅଞ୍ଚଳରେ ସଂଯୋଗ ହେବ । ଫଳରେ ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତା କମିବ ଓ ରାଜ୍ୟର ଅର୍ଥନୀତିକୁ ଗତି ଦେବ ବୋଲି ଟୁଇଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।