ଡାକ୍ତରଙ୍କ ଘରେ ପଶି ହାଣିଲେ, ଫିଲ୍ମ ଷ୍ଟାଇଲରେ ଲୁଟିଲେ । ପିପିଲି ଚକ ସାହିର ଘଟଣା ।

931

କନକ ବ୍ୟୁରୋ: ଡାକ୍ତରଙ୍କ ଘରେ ପଶି ହାଣିଲେ, ଫିଲ୍ମ ଷ୍ଟାଇଲ୍ରେ ଲୁଟିନେଲେ । ପିପିଲି ଦକ୍ଷିଣ ସାହି ଗାଁ ଚକ ସାହିରେ ଡକାୟତି । ଡାକ୍ତର ରବୀନ୍ଦ୍ର ମହାପାତ୍ରଙ୍କ ଘରୁ ଲୁଟ୍ ହୋଇଛି । ଦୁର୍ବୃତମାନେ ଗ୍ୟାସ୍ କଟରରେ ଗେଟ୍ କାଟିଥିଲେ । ଏହା ପରେ ଝରକା ତାଡ଼ିଥିଲେ । ୪ରୁ ୫ ଜଣ ଦୁର୍ବୃତ ଘରେ ପଶି ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ । ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ଘରେ ବନ୍ଦୀ କରି ରଖିବା ପରେ ଘରୁ ସବୁ ଲୁଟି ନେଇଥିଲେ ।

ସୁନା, ରୂପା ଅଳଙ୍କାର ସହ ୧୦ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଆହତ ଅବସ୍ଥାରେ ପରିବାର ଲୋକ ଭୁବନେଶ୍ୱରର ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ବଳଙ୍ଗା ପୋଲିସ ଓ ପିପିଲି ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।