ଲୋକସଭା ନିର୍ବାଚନରେ ସିନେତାରକା ! ନିର୍ବାଚନୀ ପ୍ରଚାରରେ ଅସ୍ତ୍ର ଭଳି କାମ କରୁଛନ୍ତି ଅଭିନେତା ଏବଂ ଅଭିନେତ୍ରୀ

ଲୋକସଭା ନିର୍ବାଚନରେ ସିନେତାରକା ! ନିର୍ବାଚନୀ ପ୍ରଚାରରେ ଅସ୍ତ୍ର ଭଳି କାମ କରୁଛନ୍ତି ଅଭିନେତା ଏବଂ ଅଭିନେତ୍ରୀ

Views Naija Blog

ନିର୍ବାଚନ ମଇଦାନକୁ ଚଳଚ୍ଚିତ୍ର ତାରକା ଏବଂ ଖେଳାଳିମାନେ ଆସିବା କିଛି ନୂଆ କଥା ନୁହେଁ। ପ୍ରତି ଥର ନିର୍ବାଚନରେ କିଛି ନୂଆ ମୁହଁ ଦେଖିବାକୁ ମିଳୁଛି। ଲୋକପ୍ରୀୟ ଫିଲ୍ମଷ୍ଟାରମାନଙ୍କୁ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳୁଛି ଏବଂ ନିର୍ବାଚନ ପ୍ରଚାରରେ ମଧ୍ୟ ସେମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ତେବେ ପ୍ରଥମେ କଂଗ୍ରେସ ଦ୍ବାରା ଏହି ଟ୍ରେଣ୍ଡ୍ ଆରମ୍ଭ ହୋଇଥିଲା। ଏବେ ବିଜେପି ଏବଂ ଟିଏମସି ସମେତ ଅନ୍ୟ ଦଳଗୁଡ଼ିକ ମଧ୍ୟ ସେଲିବ୍ରିଟିଙ୍କୁ ନିର୍ବାଚନ ମଇଦାନକୁ ଆଣୁଛନ୍ତି। ୮୦ ଦଶକରୁ ଫିଲ୍ମଷ୍ଟାରମାନେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ୧୯୬୭ରେ ପ୍ରଥମ ଅଭିନେତା ଭାବେ କଙ୍ଗେରା ଜଗେୟାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ଏହି ତେଲୁଗୁ ଷ୍ଟାର ଓନଗୋଲରୁ ସାଂସଦ ହୋଇଥିଲେ। ୧୯୮୪ରେ ଅମିତାଭ ବଚ୍ଚନଙ୍କୁ ନିର୍ବାଚନ ମଇଦାନକୁ ଆଣିଥିଲା କଂଗ୍ରେସ । ସେ ଆହ୍ଲାବାଦରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ। ସେହିପରି ୧୯୮୪ରେ ମଧ୍ୟ ସୁନିଲ ଦତ୍ତ କଂଗ୍ରେସ ଟିକେଟରେ ଉତ୍ତର ପଶ୍ଚିମ ବମ୍ବେରୁ ନିର୍ବାଚନ ଲଢ଼ିଥିଲେ। ୧୯୮୪ରେ ରାଜନୀତିକୁ ଆସିଥିବା ଅନ୍ୟ ଜଣେ ଫିଲ୍ମଷ୍ଟାର ହେଉଛନ୍ତି ବୈଜୟନ୍ତିମାଳା। ସେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ।

publive-image

୧୯୯୧ରେ ରାମାୟଣ ସିରିଏଲର ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ସେ ବରୋଦାରୁ ନିର୍ବାଚନ ଲଢ଼ିଥିଲେ। ସେହିପରି ରାମାୟଣରେ ରାବଣ ଭୂମିକା ନିର୍ବାହ କରିଥିବା ଗୁଜରାଟୀ ଅଭିନେତା ଅରବିନ୍ଦ ତ୍ରିବେଦୀ ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ୧୯୯୧ରେ ପୂର୍ବ ବଲିଉଡ୍ ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ମହାଭାରତରେ କୃଷ୍ଣ ଚରିତ୍ରରେ ଥିବା ନୀତୀଶ ଭରଦ୍ବାଜଙ୍କୁ ବିଜେପି ୧୯୯୬ରେ ପ୍ରାର୍ଥୀ କରିଥିଲା। ବିନୋଦ ଖାନ୍ନା ମଧ୍ୟ ବିଜେପି ଦ୍ବାରା ରାଜନୀତିକୁ ଆସିଥିଲେ। ସେହିପରି କେ ସତ୍ୟନାରାୟଣ (ଟିଡିପି), କୃଷ୍ଣମ୍ ରାଜୁ (ବିଜେପି), ଅମ୍ବରିଶ (ଜନତା ଦଳ ଏବଂ କଂଗ୍ରେସ), ଶତ୍ରୁଘ୍ନ ସିହ୍ନା (ବିଜେପି), ରାଜ ବବ୍ବର (ଏସ୍ପି/କଂଗ୍ରେସ), ଜୟା ପ୍ରଦା (ଏସ୍ପି), ଗୋବିନ୍ଦା (କଂଗ୍ରେସ), ଧର୍ମେନ୍ଦ୍ର (ବିଜେପି), ରାମ୍ୟ ଦିବ୍ୟା ସ୍ପନ୍ଦନା (କଂଗ୍ରେସ), ବିଜୟା ଶାନ୍ତି (ଟିଆରଏସ୍) , ସନ୍ଧ୍ୟା ରାୟ (ଟିଏମ୍ସି), ହେମା ମାଳିନୀ (ବିଜେପି), ପରେଶ ରାୱଲ (ବିଜେପି), ବାବୁଲ ସୁପ୍ରିୟୋ (ବିଜେପି) ଦୀପକ ଦେବ ଅଧିକାରୀ (ଟିଏମ୍ସି), କିରନ ଖେର (ବିଜେପି), ମନୋଜ ତିୱାରୀ (ବିଜେପି) ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe