ସୁରତରେ ସୁଟିଂ ହେଉଛି ଓଡ଼ିଆ ୱେବ୍ ସିରିଜ ‘ଓଖା ଏକ୍ସପ୍ରେସ୍’

171

କନକ ବ୍ୟୁରୋ : ସୁରତରେ ସୁଟିଂ ହେଉଛି ଓଡ଼ିଆ ୱେବ୍ ସିରିଜ ‘ଓଖା ଏକ୍ସପ୍ରେସ୍’ । ଏହି ୱେବ୍ ସିରିଜ ଜରିଆରେ ସୁରତରେ ଓଡ଼ିଆଙ୍କ ସଂଘର୍ଷର କାହାଣୀ ଦେଖିବାକୁ ପାଇବେ ଦର୍ଶକ । ଓଡ଼ିଶାର ଗଂଜାମରୁ ରୋଜଗାର ଆଶାରେ ପ୍ରାୟ ଲକ୍ଷାଧିକ ପ୍ରବାସୀ ଓଡ଼ିଆ ଗୁଜୁରଟ ସୁରତ ସହରକୁ ଆସନ୍ତି । ଓଡ଼ିଆଙ୍କ ଜୀବନ ଶୈଳୀ, ପରମ୍ପରା, ଭାଇଚାରା କାଳ୍ପନିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ହେଉଛି ଏହି ଫିଲ୍ମ ।

ଏଥିରେ ଓଡ଼ିଆ ସିରିଏଲ ଜଗତର ଅଭିନେତା ରାକଶେ ଧଳ, ସୁଜିତ ପାଇକରାୟ, ଅଭିନେତ୍ରୀ କୋଏଲା ଓ ମାନସି ପ୍ରମୁଖ ମୁଖ୍ୟ ଭୁମିକାରେ ନଜର ଆସିବେ । ସୁରତର ସ୍ଥାନୀୟ କଳାକାର ଭୁମିକାରେ ଗୀତ ଗୋବିନ୍ଦ ସୁବୁଦ୍ଧି, ଭାଗୀରଥୀ ବେହେରା, ସୁମନ ଦାସ, ଅଶୋକ ସାହୁ ପ୍ରମୁଖ ଭୁମିକାରେ ନଜର ଆସିବେ । ସନ ମ୍ୟୁଜିକ୍ ପ୍ରଡ଼କ୍ସନ ଦ୍ୱାରା ପ୍ରସ୍ତୁତ ହେଉଛି ଏହି ୱେବ୍ ସିରିଜ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଶ୍ରୀକାନ୍ତ ଗୌତମ । ଓଟିଟି ପ୍ଲାଟଫର୍ମ କଂଚା ଲଙ୍କାରେ ଏହି ୱେବ୍ ସିରିଜ ରିଲିଜ ହେବ । ଏହି ୱେବ୍ ସିିରିଜରେ ଗଂଜାମର ପ୍ରସିଦ୍ଧ ଦଣ୍ଡ ନାଚକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛ ।