ଆଜି ପରଦାକୁ ଆସୁଛି ଆକ୍ସନ ସିନେମା ‘ଫୋର୍ସ ୨' । ଏହି ସିନେମାରେ ଆକ୍ସନ ଷ୍ଟାର ଜନ ଆବ୍ରାହମଙ୍କ ଦମଦାର ଅଭିନୟ ସାଙ୍ଗକୁ ରହିଛି ଶତ୍ରୁଘ୍ନ ତନୟା ସୋନାକ୍ଷୀ ସିହ୍ନାଙ୍କ ଭରପୁର ଆକ୍ସନ । ସିନେମା ଦର୍ଶକଙ୍କ ମହଲରେ ଆଦୃତ ହେବ ବୋଲି ବେଶ୍ ଅଶାବାଦୀ ଅଛନ୍ତି ନିର୍ଦ୍ଦେଶକ ଅଭିନୟ ଦେଓଲ ।
‘ଫୋର୍ସ ୨'କୁ ବକ୍ସ ଅଫିସରେ ଟକ୍କର ଦେବାକୁ ପ୍ରେକ୍ଷାଳୟକୁ ଆସୁଛି ରୋମାଂଟିକ ଫିଲ୍ମ ‘ତୁମ ବିନ ୨' । ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ‘ତୁମ ବିନ ୨'ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଚୁଲବୁଲି ନାୟିକା ନେହା ଶର୍ମାଙ୍କ ସାଙ୍ଗକୁ ଆଦିତ୍ୟ ସିଲ୍ ଓ ଅସିମ ଗୁଲାଟି । ‘ତୁମ ବିନ ୨'ର ରୋମାଂଟିକ କାହାଣୀ ଓ ଯାଦୁକରୀ ମ୍ୟୁଜିକ ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶାବାଦୀ ଅଛନ୍ତି ନିର୍ଦ୍ଦେଶକ ଅନୁଭବ ସିହ୍ନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/box-office-predictions-force-2-tum-bin-2-1.jpg)