କନକ ବ୍ୟୁରୋ: ନିଚ୍ଛକ ଅଭିନୟ ଆଉ ସୁନ୍ଦର କାହାଣୀକୁ ନେଇ ନିର୍ମାଣ ହେଇଛି ନୂଆ ଓଡିଆ ଫିଲ୍ମ ମାଇଁ ସୁଇଟ୍ ହାଉସ୍ ୱାଇଫ୍ । ପରିବାର ଆଉ ପ୍ରେମ ସହ ଏହି ଫିଲ୍ମରେ, ଦୁଇ ସ୍ୱାମୀ ସ୍ତ୍ରୀଙ୍କ ଜୀବନ କାହାଣୀକୁ କ୍ୟାମେରାର ଲେନ୍ସରେ ବାନ୍ଧି ପରଦାରେ ଉତାରିଛନ୍ତି ନୈନା ଦାସ ଆଉ ପ୍ରୀତିରାଜ । ଯାହାକି ଦର୍ଶକଙ୍କ ହୃଦୟକୁ ଛୁଇଁପାରିଛି । ଏବଂ ଦର୍ଶକଙ୍କ ଆଖିକୁ ବଡ ପରଦାରେ ବାନ୍ଧିପାରିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଓଲିଉଡରେ ଲାଗିଥିବା କଳାକାରଙ୍କ କଳି ଭିତରେ ବି, ମାଇଁ ସୁଇଟ୍ ହାଉସ୍ ୱାଇଫ୍ ଜିତିପାରିଛି ଦର୍ଶକଙ୍କ ଭଲପାଇବା । ଆଜି ବି ଅନେକ ଫିଲ୍ମ ହଲରେ ଫିଲ୍ମ ହାଉସଫୁଲ୍ ଚାଲୁଥିବାବେଳେ, ଦର୍ଶକମାନେ ମଧ୍ୟ ଫିଲ୍ମକୁ ନେଇ ଭଲ ରିଭ୍ୟୁ ଦେଉଛନ୍ତି । ଖାଲି ସେତିକି ନୁହେଁ, ଫିଲ୍ମରେ ନୈନା ଆଉ ପ୍ରୀତିରାଜଙ୍କ ଅଭିନୟ ସହ ଫିଲ୍ମର କାହାଣୀକୁ ମଧ୍ୟ ପ୍ରଂଶସା କରୁଛନ୍ତି ଦର୍ଶକ ।