ଚକଲେଟ ବୟଙ୍କୁ ଟ୍ରାଫିକ୍ ଛାଟ: ବିନା ହେଲମେଟରେ ବୁଲୁଥିଲେ ବାବୁସାନ୍, ଚାଲାଣ କାଟି ଘରକୁ ପଠାଇଲା ଟ୍ରାଫିକ ପୋଲିସ । ଆଇନ ଉଦ୍ଧ୍ୱର୍ରେ ନୁହଁନ୍ତି ଅଭିନେତା

2,485

କନକ ବ୍ୟୁରୋ: ଆଇନ ଉଦ୍ଧ୍ୱର୍ରେ ନୁହଁନ୍ତି ଅଭିନେତା । ଚକଲେଟ ବୟଙ୍କ ନାଁରେ ବି କଟିଲା ଚାଲାଣ । ଫିଲ୍ମ ହିରୋଙ୍କ ନାଁରେ ପଡିଲା ଟ୍ରାଫିକ ଫାଇନ । ଓଡିଆ ଚଳଚିତ୍ରର ଜଣାଶୁଣା ଅଭିନେତା ବାବୁସାନଙ୍କ ଘରକୁ ଯାଇଛି ଟ୍ରାଫିକ ଚାଲାଣ । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନାଁରେ ଜରିମାନା କାଟିଛି ଟ୍ରାଫିକ ପୋଲିସ ।

ତେବେ ଆଜି ସଂଧ୍ୟା ୮ଟା ବେଳେ ସୁପରଷ୍ଟାର ବାବୁସାନ ବିନା ହେଲମେଟରେ ଗାଡି ଚଳାଇବା ଅଭିଯୋଗରେ ତାଙ୍କ ନାଁରେ ଚାଲାଣ କଟାଯାଇଛି । ନିୟମ ନମାନି ବିନା ହେଲମେଟରେ ଗାଡି ଚଳାଉଥିବାରୁ ବାବୁସାନଙ୍କ ବିରୋଧରେ ହଜାରେ ଟଙ୍କା ଚାଲାଣ କାଟିଛି ଟ୍ରାଫିକ ପୋଲିସ ।

ତେବେ ଭୁବନେଶ୍ୱରର କଳିଙ୍ଗ ନଗର ଅଞ୍ଚଳରେ ବାବୁସାନ ବିନା ହେଲମେଟରେ ଗାଡି ଚଳାଇଥିବା ଚାଲାଣରେ ଉଲ୍ଲେଖ କରାଯାଇଛି । ତେବେ ନୂଆ ଟ୍ରାଫିକ୍ ନିୟମ ଅନୁସାରେ ନିୟମ ଭାଙ୍ଗିଥିବାରୁ ତାଙ୍କ ବିରୋଧରେ ୧ ହଜାର ଟଙ୍କାର ଚାଲାଣ କଟାଯାଇଛି । ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ପୋଲିସ ଧରପଗଡ ଆରମ୍ଭ କରିଥିଲା । ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ଜରିମାନା ପକାଇ ସେମାନଙ୍କୁ ସଚେତନ କରୁଥିଲା । ତେବେ ୩ ମାସ ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମ କୋହଳ କରିବା ପରେ ବି ହେଲମେଟ, ରଙ୍ଗ ରୁଟ ଆଦିର ଯାଞ୍ଚ ଜୋରଦାର ହେଉଛି । ଆଉ ସେ ନିୟମ ନମାନିଥିବାରୁ ବାବୁସାନଙ୍କ ଉପରେ ଫାଇନ ପଡିଛି ।