କନକ ବ୍ୟୁରୋ : ରଜ ଅବସରରେ ଫିଲ୍ମ ଫ୍ରାଇଡ଼େରେ ରିଲିଜ ହେଉଛି ୨ଟି ଓଡ଼ିଆ ଫିଲ୍ମ । ଗୋଟିଏ ହେଉଛି ଦିଲ ମୋର ମାନେନା, ଅନ୍ୟଟି ହେଉଛି ଗୁପଚୁପ୍ । ଫିଲ୍ମ ଦୁଇଟି ପ୍ରେମ କାହାଣୀ ଉପରେ ଆଧାରିତ ହୋଇଛି । ଆଗକୁ ଆହୁରି ମଧ୍ୟ ୨ରୁ ୩ଟି ଫିଲ୍ମ ରିଲିଜ ହେବାର ରହିଛି ।
ଆରଆରସି ଫିଲ୍ମସ ଏବଂ ତାରିଣୀ ଏଣ୍ଟରଟେନମେଣ୍ଟ ପକ୍ଷରୁ ନିର୍ମିତ ଏହି ସିନେମାନେ ପୁରୁଣା ଯୋଡ଼ି ସ୍ୱରାଜ ଓ ଶିବାନୀଙ୍କୁ ଲିଡ଼ ରୋଲରେ ଦେଖିବାକୁ ପାଇବେ ଦର୍ଶକ । ତାଙ୍କ ସାଙ୍ଗକୁ ସଲିଲ ମିତ୍ର, ମିହିରି ଦାସ, ହରି, ଉଷସୀ ମିଶ୍ର, ଗୁଡ଼ୁ, ଅମର ପ୍ରମୁଖ ଭୁମିକାରେ ଅଭିନୟ କରିଛନ୍ତି । ପ୍ରଯୋଜକ ଶ୍ରୀଧର ମାର୍ଥା ଖଳନାୟକ ଭୁମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ମୋଟ ୭ଟି ଗୀତ ଥିବା ବେଳେ ‘ଝୁଲ ବେବି ଝୁଲ’ ସହ ଫିଲ୍ମର ଟ୍ରେଲର ଲୋକଙ୍କୁ ବେଶ ଆକୃଷ୍ଠ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/ILKLO.L.jpg)