୭ ବର୍ଷ ପରେ ପୁଣି ଆସୁଛି ଦୃଶ୍ୟମ-୨ । ଆଡଭାନ୍ସ ଟିକେଟ୍ ବୁକିଂରେ ରେକର୍ଡ

279

କନକ ବ୍ୟୁରୋ: ବଲିଉଡ୍ ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ  ଦୃଶ୍ୟମ୍-୨ ଶୁକ୍ରବାର ରିଲିଜ୍ ହୋଇଛି । ହେଲେ ରିଲିଜ୍ ହେବା ପୂର୍ବରୁ ହିଁ ଏହାର ପପୁଲାରିଟି ବାବଦରେ ଆଶା କରାଯାଉଛି । ଫିଲ୍ମଟିକୁ  ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ରିଲିଜ୍ ପୂର୍ବରୁ ଆଡଭାନ୍ସ ଟିକେଟ୍ ବୁକିଂରେ ଫିଲ୍ମଟି କୋଟିକୋଟି ଟଙ୍କା କଲେକ୍ସନ୍ କରିଛି । ବର୍ତ୍ତମାନ ସୁଦ୍ଧା ଆଡଭାନ୍ସ ବୁକିଂରେ ୪.୨୫ରୁ ୪.୫୦ କୋଟି ଟଙ୍କା ଆୟ କରିସାରିଥିବା ଜଣାପଡିଛି ।

ଆଶା କରାଯାଉଛି ଯେ, ଏହି ଚଳଚ୍ଚିତ୍ରରେ ଭଲ ସଂଗ୍ରହ କରିପାରିବ । ଫିଲ୍ମରେ ଅଜୟ ଦେବଗନ୍, ଅକ୍ଷୟ ଖାନ୍ନା, ତବୁ, ଶ୍ରେୟା ସରନ୍ ନଜର ଆସିଛନ୍ତି । ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଖୁବ୍ ଜମିବ ବୋଲି ଆଶା କରାଯାଉଛି । ଦୃଶ୍ୟମ-୧ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ପାର୍ଟ-୨ ମଧ୍ୟ ଲୋକପ୍ର୍ରିୟତା ପାଇବ ବୋଲି ଫିଲ୍ମ କ୍ର୍ୟୁ ଆଶାବାଦୀ ଅଛନ୍ତି ।