କନକ ବ୍ୟୁରୋ: ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । କଟକ ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଛି । କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି । ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକର ବସନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି । ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ କାରକୁ ତାଙ୍କ ଗାଡି ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ତାଙ୍କ ଗାଡିଟି ପୂରା ଭାଙ୍ଗି ଯାଇଛି । କାର ଭିତରେ ଦୁଇ ଜଣ ଫସିଯାଇଥିଲେ । ନିକଟରେ ଥିବା ଲୋକେ କାରକୁ କାଟି ଭିତରୁ ଦୁଇ ଜଣଙ୍କୁ ବାହାର କରାଯାଇଥିଲା । ତୁରନ୍ତ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।