ରାଜନୀତିରେ ଫିଲ୍ମ ‘ଛପାକ୍’ । ଆଜି ହେବ ରିଲିଜ୍, ଟ୍ୟାକ୍ସ ଫ୍ରି କଲେ ମଧ୍ୟପ୍ରଦେଶ ଓ ଛତିଶଗଡ ସରକାର । ସମାଜବାଦୀ ପାର୍ଟି କର୍ମୀଙ୍କୁ ଫିଲ୍ମ ଦେଖାଇବାକୁ ହଲ୍ ବୁକ କଲେ ଅଖିଳେଶ

ବିଜେପିକୁ ଆରଜେଡିର ନିନ୍ଦା; ବୟକଟ କରିବାକୁ ଆହ୍ୱାନ ଦେଇଥିଲେ ବିଜେପି ନେତା

214

କନକ ବ୍ୟୁରୋ: ଆଜି ପରଦାକୁ ଆସିଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ୍’ । ଏକ ସତ୍ୟ କାହାଣୀ ଉପରେ ଆଧାରିତ । ଏସିଡ ଆକ୍ରମଣରେ ଶିକାର ହୋଇଥିବା ଝିଅଟିଏ କିଭଳି ସମାଜରେ ଏସିଡ ବିକ୍ରି ବିରୋଧରେ ସ୍ୱର ଉତ୍ତୋଳନ କରି ବିଜୟୀ ହେଉଛି , ତାହାକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର । ୨୦୦୫ ମସିହାରେ ୧୫ ବର୍ଷିୟ ଲକ୍ଷ୍ମୀ ଅଗ୍ରୱାଲ ନାମ୍ନୀ ଯୁବତୀଙ୍କ ଉପରେ ହୋଇଥିଲା ଏସିଡ୍ ଆକ୍ରମଣ । ଏସିଡ ଆକ୍ରମଣ ପରେ ଲକ୍ଷ୍ମୀଙ୍କ ସହ ଘଟି ଯାଇଥିବା ପ୍ରତ୍ୟେକ ଘଟଣାକୁ ନେଇ ଛପାକ ନିର୍ମାଣ କରାଯାଇଛି । ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ ।

 

 

ଏଥିରେ ଦୀପିକା ପାଦୁକୋନ ମାଲତି ଅଗ୍ରୱାଲ ନାମ୍ନୀ ଏସିଡ ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ଭୂମିକାରେ ନିଛକ ଅଭିନୟ କରିଛନ୍ତ ଏସିଡ୍ ମାଡରେ ମାଲତିଙ୍କର ସମ୍ପୂର୍ଣ୍ଣ ଶରୀର ଜଳି ଯାଇଛି । ଜୀବନ ଦୁର୍ବିସହ ହୋଇପଡିଛି । ତେବେ ଏହି ଆକ୍ରମଣ ପାଇଁ ମାଲତିଙ୍କ ପୁୁରୁଷ ବନ୍ଧୁ ରାଜେଶଙ୍କୁ ସନ୍ଦେହ କରୁଛନ୍ତି ଲୋକେ । ରାଜେଶ ଭୂମିକାରେ ନଜର ଆସିବେ ଅଙ୍କିତ ବିଷ୍ଟ । କିନ୍ତୁ ଏହି ଆକ୍ରମଣ ପଛରେ ରାଜେଶର ହାତ ନଥିଲା ବରଂ ମାଲତିର ଜଣାଶୁଣା ବବୁ ଓରଫ ବସିର ଖାନ୍ ଓ ତାର ସମ୍ପର୍କୀୟ ପରବିନ ଶେଖର ହାତ ଥିବା ସ୍ପଷ୍ଟ ହୋଇଛି । ତାପରେ ମାଲତି ନ୍ୟାୟ ପାଇଁ ଅନ୍ୟମାନଙ୍କ ସହଯୋଗରେ ଆଗକୁ ବଢ଼ୁଛନ୍ତି ଓ ପରେ ସଫଳତା ପାଉଛନ୍ତି । ଏବଂ ଏସିଡ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଉଦାହରଣ ।

ସେପଟେ, ପରଦାକୁ ଆସିବ ପୂର୍ବରୁ ଫିଲ୍ମ ଛପାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିଜେପିର କେତେକ ନେତା ଖୋଲାଖୋଲି ଏହି ଫିଲ୍ମକୁ ବୟକଟ କରିବାକୁ ଆହ୍ୱାନ ଦେଉଥିବାବେଳେ ଆଉ କେତେକ ସଂଗଠନ ଫିଲ୍ମକୁ ଦେଖିବାକୁ ଲୋକମାନଙ୍କୁ ଅପିଲ କରିଛନ୍ତି । ତେବେ ଏହାରି ଭିତରେ ପାଦେ ଆଗକୁ ଯାଇ ସମାଜବାଦୀ କର୍ମୀଙ୍କୁ ଫିଲ୍ମ ଦେଖାଇବା ପାଇଁ ଲକ୍ଷେ୍ନøର ଗୋଟିଏ ହଲକୁ ସମ୍ପୂର୍ଣ୍ଣ ବୁକ୍ କରିଛନ୍ତି ଅଧ୍ୟକ୍ଷ ଅଖିଳେଶ୍ ଯାଦବ । ସେହିପରି ମଧ୍ୟ ପ୍ରଦେଶ ଓ ଛତିଶଗଡରେ ଛପାକକୁ ଟ୍ୟାକ୍ସ ଫ୍ରି କରିଛନ୍ତି ରାଜ୍ୟ ସରକାର । ଆରଜେଡି ନେତା ତେଜସ୍ୱୀ ଯାଦବ ଟୁଇଟ୍ କରି ବିଜେପିକୁ ସମାଲୋଚନା କରିଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଦୀପିକା ଜେଏନୟୁ ଆନ୍ଦୋଳନ ରତ ଛାତ୍ରଙ୍କ ସହ ଠିଆ ହେବା ପରେ ଆରମ୍ଭ ହୋଇଛି ଏହି ରାଜନୀତି । ଏହି ରାଜନୀତି ଭିତରେ ଛପାକ ଲୋକଙ୍କ ମନକୁ କେତେ ଜିଣି ପାରୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।