ବିବାଦରେ ଫିଲ୍ମ ‘ଆଦିପୁରୁଷ’: ଫିଲ୍ମର ଦୃଶ୍ୟ ଓ ଚରିତ୍ରକୁ ନେଇ ବିବାଦ

905

କନକ ବ୍ୟୁରୋ: ବଲିଉଡର ଅପକମିଂ ଫିଲ୍ମ ଆଦିପୁରୁଷକୁ ନେଇ ଛିଡା ହୋଇଛି ବଡ ବିବାଦ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଚରିତ୍ର ଓ ଦୃଶ୍ୟକୁ ଯେଉଁଭଳି ଭାବରେ ଚିତ୍ରଣ କରାଯାଇଛି ତାକୁ ନେଇ ଆରମ୍ଭ ହୋଇଛି ବିରୋଧ ଓ ସମାଲୋଚନା । ବିବାଦ ତେଜିବା ସହ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଇଛି ହିନ୍ଦୁ ମହାସଭା ସହ ବିଭିନ୍ନ ହିନ୍ଦୁ ହିନ୍ଦୁ ସଂଗଠନ । ଅଭିଯୋଗ ହୋଇଛି କି-

ବିବାଦରେ ଫିଲ୍ମ ‘ଆଦିପୁରୁଷ’
• ଫିଲ୍ମରେ ଯେଉଁ ଦୃଶ୍ୟକୁ ସ୍ଥାନ ଦିଆଯାଇଛି ତାହା ଧାର୍ମିକ ମନୋଭାବନାକୁ ଆଘାତ ଦେଉଛି
• ପୌରାଣିକ କଥାବସ୍ତୁକୁ ଭୁଲ ଢଙ୍ଗରେ ଉପସ୍ଥାପନ କରାଯାଇଛି
• ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ଚରିତ୍ରକୁ ଅନୁଚିତ ଢଙ୍ଗରେ ଚିତ୍ରଣ କରାଯାଇଛି
• ଫିଲ୍ମ ଆଦିପୁରୁଷ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଉଛି

ଫିଲ୍ମର ବିବାଦକୁ ସେତିକି ବେଳେ ଆସିଥିଲା ଯେତେବେଳେ ଏହାର ପ୍ରଥମ ଟିଜର ରିଲିଜ ଫିଲ୍ମର ।ଚଳଚିତ୍ରରେ ଖଳନାୟକ ତଥା ରାବଣ ଭୁମିକାରେ ଅଭିନୟ କରିଛନ୍ତି ଛୋଟା ନବାବ ସୈଫ ଅଲି ଖାନ । ଆଉ ରାବଣ ଚରିତ୍ରକୁ ନେଇ ହିଁ ଉଠିଛି ବିବାଦର ଧୁଆଁ । ରାବଣ ଚରିତ୍ରରେ ସୈଫ ଅଲିଖାନଙ୍କୁ ବହୁତ ଲୋକ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି । ରାବଣ ଚରିତ୍ରକୁ ଭୁଲ ଢଙ୍ଗରେ ଚିତ୍ରଣ କରାଯାଇଥିବା ନେଇ ଅଖିଳ ଭାରତୀୟ ହିନ୍ଦୁ ମହାସଭା ତରଫରୁ କୁହାଯାଇଛି ।

ହିନ୍ଦୁ ସଂଗଠନ ଅନୁସାରେ ଟିଜରର କିଛି ଦୃଶ୍ୟରେ ମହାପଣ୍ଡିତ ରାବଣ ବିନା ତିଲକରେ ଥିବା ଦୃଶ୍ୟକୁ ନାପସନ୍ଦ କରିଛନ୍ତି ଦର୍ଶକ । ଟିଜରର ଏକ ଦୃଶ୍ୟରେ ସୈଫ ଅଲି ଖାନ ଏକ ଭୟଙ୍କର ପକ୍ଷୀ ଉପରେ ବସି ଯାଉଥିବାର ମଧ୍ୟ ଦେଖାଯାଇଛି । କିଛି ଲୋକ ଫିଲ୍ମରେୁ ରାବଣଙ୍କ ଚୁଟି କୁ ନେଇ ଆପତି ଜଣାଇଥିବା ବେଳେ ଓ କିଛି ରାବଣଙ୍କ କାଜଲ ଲଗାଇବାକୁ ବିରୋଧ ଜଣାଇଛନ୍ତି । ସେହିପରି ହନୁମାନ ଚମଡା ପୋଷାକ ବ୍ୟବହାରକୁ ନେଇ ବି ଉଠିଛି ପ୍ରଶ୍ନ । ଅନ୍ୟପଟେ ଫିଲ୍ମରେ ହୋଇଥିବା ଭିଏଫଏକ୍ସ କାମକୁ ମଧ୍ୟ ଅନେକ ସିନେପ୍ରେମୀ ନାପସନ୍ଦ କରିଛନ୍ତି ।

ନବେ ଦଶକରେ ରମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ରାମାୟଣ ଆଜି ମଧ୍ୟ ଘରେ ଘରେ ପରିଚିତ । ଏହାସହ ଏହାର ବିଭିନ୍ନ ଭୁମିକାକୁ ନିଖୁଣ ଭାବରେ ଅଭିନୟ କରିଥିବାରୁ ଚରିତ୍ରଗୁଡିକ ଦର୍ଶକଙ୍କର ବେଶ ନିକଟତର ମଧ୍ୟ ହୋଇପାରିଥିଲା । କିନ୍ତୁ ରାମାୟଣର ମର୍ଡନ ଭର୍ସନ ଆଦିପୁରୁଷର ଚରିତ୍ରକୁ ଭିନ୍ନ ପ୍ରକାର ଦର୍ଶେଇବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଦର୍ଶକ ଓ ବୁଦ୍ଧିଜୀବୀ 

ଫିଲ୍ମ ଦୁନିଆରେ ବିବାଦ କିଛି ନୁଆ କଥା ନୁହେଁ । ପୂର୍ବରୁ ଅନେକ ଥର ଅନେକ ଅଭିନେତା ଅଭିନେତ୍ରୀ ଓ ଫିଲ୍ମ ବିବାଦଘେରକୁ ଆସି ମଧ୍ୟ ପରେ ଫିଲ୍ମ ହିଟ୍ ହୋଇଛି । ତେବେ ଦେଖିବାକୁ ବାକି ରହିଲା ଆଦିପୁରୁଷ ଚଳଚିତ୍ରକୁ ଏ ବିବାଦ ଆଗକୁ କେଉଁ ମୋଡକୁ ଯାଉଛି ।