ଲୋକସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।

276

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିସନ୍ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୧୯ ଏପ୍ରିଲରେ ପଡିବ ଭୋଟ୍ । ଏଥିପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ୧୦୨ଟି ଆସନ ଭିତରେ ତାମିଲନାଡୁର ୩୯, ରାଜସ୍ଥାନର ୧୨ଟି ମଧ୍ୟପ୍ରଦେଶର ୬ଟି ସିଟ୍ ଏବଂ ବିହାର ୪ଟି ଆସନ ରହିଛି । ଗତ ୧୬ ମାର୍ଚ୍ଚରେ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିସନ୍ ।