କେବଳ ପଞ୍ଜଶୀର ପାଇଁ ନୁହେଁ, ଆଫଗାନିସ୍ତାନ ପାଇଁ ଲଢୁଛୁ । ତାଲିବାନକୁ ସ୍ପଷ୍ଟ ବାର୍ତ୍ତା ଦେଲା ନଦର୍ଣ୍ଣ ଆଲାଏନ୍ସ 

Advertisment
କେବଳ ପଞ୍ଜଶୀର ପାଇଁ ନୁହେଁ, ଆଫଗାନିସ୍ତାନ ପାଇଁ ଲଢୁଛୁ । ତାଲିବାନକୁ ସ୍ପଷ୍ଟ ବାର୍ତ୍ତା ଦେଲା ନଦର୍ଣ୍ଣ ଆଲାଏନ୍ସ 

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିଥିଲେ ବି ପଞ୍ଜଶୀର ଉପତ୍ୟାକାକୁ ଏପର୍ଯ୍ୟନ୍ତ ଦଖଲ କରିପାରିନାହିଁ। ଅହମ୍ମଦ ମାସୁଦଙ୍କ ନେତୃତ୍ୱାଧୀନ  ବିରୋଧୀ ସେନା ପଞ୍ଜଶୀରରେ ତାଲିବାନକୁ କଡ଼ା ଟକ୍କର ଦେଉଛନ୍ତି। ଏହା ଫଳରେ ବିରୋଧୀ ସେନା ସହ ଲଢ଼ିବା ପରିବର୍ତ୍ତେ ତାଲିବାନ ଏବେ ବୁଝାମଣାର ବାଟ ବାଛିଚି। ବିରୋଧୀ ସେନାର କଡ଼ା ମୁକାବିଲାର କାହାଣୀ ଏବେ ସାରା ବିଶ୍ବରେ ଚର୍ଚ୍ଚାରେ ରହିଥିବା ବେବଳେ ସେନାର ନେତୃତ୍ବ ନେଉଥିବା ଅହମ୍ମଦ ମାସୁଦଙ୍କ ମୁଖପାତ୍ର ପଞ୍ଜଶୀରର ପରିସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ତାଲିବାନ ସହିତ ଏପର୍ଯ୍ୟନ୍ତ  କୌଣସି ଚୁକ୍ତି ହୋଇନାହିଁ। ଏବେ ଆଲୋଚନା ଜାରି ରହିଛି। ଯଦି ଏକ ମିଳିତ ସରକାର ପାଇଁ ଚୁକ୍ତି ହୁଏ ତେବେ ଆମେ କାବୁଲ ପ୍ରଶାସନର ଅଂଶ ହେବୁ। ଆମେ କେବଳ ଗୋଟିଏ ପ୍ରଦେଶ ପାଇଁ ନୁହେଁ ସମଗ୍ର ଆଫଗାନିସ୍ତାନ ପାଇଁ ଲଢ଼ୁଛୁ। ଆଫଗାନିସ୍ତାନର ମହିଳା, ସଂଖ୍ୟାଲଘୁମାନଙ୍କର ଅଧିକାରକୁ ନେଇ ଆମେ ଚିନ୍ତିତ ଜ୍ଝ ମହିଳା, ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଅଧିକାର ଦେବ ବୋଲି ତାଲିବାନକୁ ନିଶ୍ଚିତ କରିବାକୁ ପଡ଼ିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିରୋଧୀ‌ ସେନାରେ ଯୋଗ ଦେଇଥିବା ଅଧିକାଂଶ ଲୋକ ହେଉଛନ୍ତି ଯୁବକ, ସୈନିକ ଏବଂ ପୂର୍ବତନ ଜିହାଦି କମାଣ୍ଡର, ଯେଉଁମାନେ ତାଲିବାନ ଶାସନକୁ ବିରୋଧ କରୁଛନ୍ତି ଏବଂ ସମସ୍ତଙ୍କ ପାଇଁ ଏକ ବ୍ୟାପକ ଏବଂ ଗ୍ରହଣୀୟ ବ୍ୟବସ୍ଥା ଚାହୁଁଛନ୍ତି ଜ୍ଝ ଯୁଦ୍ଧ ପାଇଁ ଆମ ପାଖରେ ସମସ୍ତ ସୁବିଧା ରହିଛି ଏବଂ ଆମେ ତାଲିବାନକୁ ବିରୋଧ କରିବାକୁ ପ୍ରସ୍ତୁତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe