ପୂର୍ବତନ ବିଧାୟକଙ୍କ ଝିଅ ଓ ବୋହୂ ମଧ୍ୟରେ ଲଢେଇ: ଝିଅକୁ ପର କରି ବୋହୂ ପାଇଁ ଭୋଟ୍ ମାଗୁଛନ୍ତି ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ

Advertisment
ପୂର୍ବତନ ବିଧାୟକଙ୍କ ଝିଅ ଓ ବୋହୂ ମଧ୍ୟରେ ଲଢେଇ: ଝିଅକୁ ପର କରି ବୋହୂ ପାଇଁ ଭୋଟ୍ ମାଗୁଛନ୍ତି ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ

କନକ ବ୍ୟୁରୋ: ନିର୍ବାଚନ ମୈଦାନରେ ନଣନ୍ଦ ଭାଉଜ ଲଢେଇ । ଭଦ୍ରକ ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତରେ ଏଭଳି ରୋଚକ ଚିତ୍ର ଦେଖିବାକୁ ମିଳିଛି । ପୂର୍ବତନ ଭଣ୍ଡାରିପୋଖରୀ କଂଗ୍ରେସ ବିଧାୟକ ପଂଚାନନ ମଣ୍ଡଳଙ୍କ ବୋହୁ ଲିଲି ଗୋଛାୟତ କଂଗ୍ରେସ ସମର୍ଥିତ ଛତା ଚିହ୍ନରେ ସରପଂଚ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ସମର୍ଥିତ ଖୋଲାବହି ଚିହ୍ନରେ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପଂଚାନନଙ୍କ ଝିଅ ମିନତି ମଣ୍ଡଳ । ନଣନ୍ଦ ଭାଉଜଙ୍କ ରାଜନୀତକୁ ନେଇ ଏବେ ଚର୍ଚ୍ଚାରେ ଓଡ଼ଙ୍ଗ ପଂଚାୟତ । ଗୋଟିଏ ପଟେ ଝିଅ ଅନ୍ୟପଟେ ବୋହୁ ।

ପୂର୍ବତନ କଂଗ୍ରେସ ବିଧାୟକ ପଂଚାନନ ମଣ୍ଡଳ ବୋହୁଙ୍କୁ ବିଜୟୀ କରିବା ପାଇଁ ଦିନ ରାତି ଏକ କରି ଘର ଘର ବୁଲି ଭୋଟ୍ ମାଗୁଛନ୍ତି । ସେହିପରି ନିଜ ଦଳର ସମର୍ଥୀତ ପ୍ରାର୍ଥୀଙ୍କୁ ନେଇ ସାହି ସାହି ଓ ଘର ଘର ବୁଲି ଭୋଟ୍ ମାଗୁଛନ୍ତି ଝିଅ ମିନତି । ନଣନ୍ଦ ଭାଇଜ ସାଙ୍ଗ ହୋଇ ଏକାଠି ରହୁଥିବା ବେଳେ ନିର୍ବାଚନ ମୈଦାନରେ ମୁହାଁମୁହିଁ ହେଉଛନ୍ତି । ଗୋଟିଏ ଗାଁରେ ଦୁଇ ଦଳର ନଣନ୍ଦ ବୋହୁଙ୍କ ଲଢେଇର ରୋଚକ ଦୃଶ୍ୟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃ୍ଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe