ସଂକ୍ରମିତଙ୍କ ମୃତ୍ୟୁ ପରେ କୋଭିଡ୍ ହସ୍ପିଟାଲରେ ମାରପିଟ୍ । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ ।

262

କନକ ବ୍ୟୁରୋ: କୋଭିଡ ହସ୍ପିଟାଲରେ ମାରପିଟ । ଜଣେ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତକଙ୍କ ସଂପର୍କୀୟ କୋଭିଡ ହସ୍ପିଟାଲରେ ଜୋର ଜବରଦସ୍ତ ପଶି ଗଣ୍ଡଗୋଳ କରିଛନ୍ତି । ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ କାମଠନାରେ ଥିବା କୋଭିଡ ହସ୍ପିଟଲାରେ ଗତ ୨୩ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡିଛି । ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସଂପର୍କୀୟ କୋଭିଡ ହସ୍ପିଟାଲରେ ପଶି ହଙ୍ଗାମା କରିଥିଲେ । ଏନେଇ ପୁଲିସ ପକ୍ଷରୁ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ଜଣେ କୋଭିଡ ପଜିଟିଭକୁ ଛାଡି ଅନ୍ୟ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭବାନୀପାଟଣା ସଦର ଥାନା ପୁଲିସ ।