ଦର୍ଶକଙ୍କ ମନ ଜିତିଲେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋଣଙ୍କ ଅଭିନୟ । ରିଲିଜର ପ୍ରଥମ ଦିନରେ ଫାଇଟରକୁ ମିଳିଲା ଭଲ ପ୍ରତିକ୍ରିୟା

111

କନକ ବ୍ୟୁରୋ : ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ସିନେମା ଫାଇଟର । ଆକ୍ସନରେ ଭରପୂର ସିନେମାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ରିଲିଜର ପ୍ରଥମ ଦିନରେ ଫାଇଟରକୁ ମିଳିଛି ଅପେକ୍ଷାକୃତ ଅଧିକ ଭଲ ପ୍ରତିକ୍ରିୟା । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କିଭଳି ଭାରତୀୟ ସେନା ପାକିସ୍ତାନଠୁ ପ୍ରତିଶୋଧ ନେଉଛନ୍ତି ଏହାକୁ ନେଇ ପର୍ଯ୍ୟବେସିତ ହୋଇଛି ଫିଲ୍ମ ଫାଇଟରର କାହାଣୀ । ସିନେମାର କାହାଣୀ ଯେତିକି ବଳିଷ୍ଟ ରହିଛି ତାଠୁ ଅଧିକ ଧ୍ୟାନ ଆକର୍ଷଣ କରୁଛି ବଲିଉଡ ହାଟଥ୍ରୋବ ହ୍ରିତିକ ରୋଶନ ଓ ଡିମ୍ପଲ ଗର୍ଲ ଦିପୀକା ପାଦୁକୋନଙ୍କ ନୂଆ ଯୋଡି । ଲୋକପ୍ରିୟ କଳାକାର ଦୁହିଁଙ୍କୁ ଏକାଠି ଦେଖିବାକୁ ଦର୍ଶକ ବେଶ ଦିନ ଅପେକ୍ଷା କରିବା ପରେ ଏବେ ତାହା ପୂରା ହୋଇଛି । । ଅନ୍ୟପଟେ ଅନୀଲ କପୁରଙ୍କ ପ୍ରମୁଖ ଭୂମିକାରେ ଅଭିନୟ ରହିଛି । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଫାଇଟର ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବା ନେଇ ଟିମ ଆଶାୟୀ ରହିଛି ।