ଚହଳ ପକାଇଲା ବଲିଉଡ ହାର୍ଟଥ୍ରୋବ ହ୍ରିତକ ରୋଶନଙ୍କ ଫାଇଟରର ପ୍ରଥମ ଟିଜର । ଦମଦାର ଚରିତ୍ରରେ ହ୍ରିତିକ, ଦୀପିକା ଓ ଅନୀଲଙ୍କ ଅଭିନୟ

410

କନକ ବ୍ୟୁରୋ : ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ‘ଫାଇଟର’ର ପ୍ରଥମ ଟିଜର ଜାରି କରିଛି ପ୍ରଯୋଜନା ସଂସ୍ଥା । ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସିବେ ବଲିଉଡ ହାଟଥ୍ରୋବ ହ୍ରିିତିକ ରୋଶନ ଏବଂ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ ‘ଫାଇଟର’ରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସିଛନ୍ତି । ଭାରତୀୟ ବାୟୁସେନାର ବୀରତ୍ୱର କାହାଣୀ କହିବ ସିନେମା ଫାଇଟ । ଏଥିସହ ମନୋରଂଜନର ଖୋରାକ ପାଇଁ ରୋମାନ୍ସ, ଆକ୍ସନ ଓ ଡ୍ରାମାକୁ ମଧ୍ୟ ସ୍ଥାନ ଦିଆଯାଇଛି । ୧ ମିନିଟ ୧୪ ସେକେଣ୍ଡର ଏହି ଟିଜରର ଆରମ୍ଭରେ ଏୟାରଫୋର୍ସ ଫାଇଟର ଜେଟର ଝଲକ ଦେଖିବାକୁ ମିଳିଛି । ଏହା ସହିତ ଭାରତୀୟ ବାୟୁସେନାର ୟୁନିର୍ଫ୍ମରେ ହ୍ରିତିକ୍, ଦୀପିକା ଏବଂ ଅନୀଲ କାପୁରଙ୍କଲୁକକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ବାୟୁସେନା ସ୍କ୍ୱାର୍ଡନ ଲିଡର ଶମସେର ପଠାନିଆ ଭୂମିକାରେ ନଜର ଆସିଥିବା ବେଳେ ସହଯୋଗୀ ମିନଲ ଭୂମିକାରେ ନଜର ଆସିଛନ୍ତି ଦୀପିକା । ସେହିପରି ଗ୍ରୁପ୍ କ୍ୟାପ୍ଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ରହିଛନ୍ତି ଅନୀଲ କପୁର । ଆକ୍ସନ ସିନରେ ଭରପୁର ଟିଜର ଦେଖିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଛି । ‘ୱାର’ ଏବଂ ‘ପଠାନ’ର ସଫଳତା ପରେ ଏହି ଫିଲ୍ମର ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ବଲିଉଡ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଧୁମ ମଚାଇବ ବୋଲି ଆଶା ବ୍ୟକ୍ତ କରିଛି ପ୍ରଯୋଜନା ସଂସ୍ଥା । ଜାନୁଆରୀ ୨୬ରେ ରିଲିଜ ହେବ ଫାଇଟର ।