ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ଫାଇଟରର ପ୍ରଥମ ଗୀତ ରିଲିଜ । ଦେଖିବାକୁ ମିଳିଲା ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ମନଛୁଆଁ ଅଭିନୟ

166

କନକ ବ୍ୟୁରୋ : ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ‘ଫାଇଟର’ର ପ୍ରଥମ ଗୀତ ରିଲିଜ ହୋଇଛି । ଟି-ସିରିଜ ପକ୍ଷରୁ ଜାରି ହୋଇଥିବା ଗୀତର ଟାଇଟଲ ରହିଛି ‘ସେର୍ ଖୁଲଗଏ’ । ଗୀତ ରିଲିଜ ହେବାର ମାତ୍ର କେଇଘଂଟା ମଧ୍ୟରେ ଏହାକୁ ୧ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି । ଫିଲ୍ମ ‘ଫାଇଟର’ ଜରିଆରେ ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସୁଛନ୍ତି ବଲିଉଡ ହାଟଥ୍ରୋବ ହ୍ରିିତିକ ରୋଶନ ଏବଂ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ ‘ଫାଇଟର’ରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସବେ । ଭାରତୀୟ ବାୟୁସେନାର ବୀରତ୍ୱର କାହାଣୀ କହିବ ସିନେମା ଫାଇଟ । ଏଥିସହ ମନୋରଂଜନର ଖୋରାକ ପାଇଁ ରୋମାନ୍ସ, ଆକ୍ସନ ଓ ଡ୍ରାମାକୁ ମଧ୍ୟ ସ୍ଥାନ ଦିଆଯାଇଛି । ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ବାୟୁସେନା ସ୍କ୍ୱାର୍ଡନ ଲିଡର ଶମସେର ପଠାନିଆ ଭୂମିକାରେ ନଜର ଆସିଥିବା ବେଳେ ସହଯୋଗୀ ମିନଲ ଭୂମିକାରେ ନଜର ଆସିଛନ୍ତି ଦୀପିକା । ସେହିପରି ଗ୍ରୁପ୍ କ୍ୟାପ୍ଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ରହିଛନ୍ତି ଅନୀଲ କପୁର । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଛି । ‘ୱାର’ ଏବଂ ‘ପଠାନ’ର ସଫଳତା ପରେ ଏହି ଫିଲ୍ମର ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ବଲିଉଡ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଧୁମ ମଚାଇବ ବୋଲି ଆଶା ବ୍ୟକ୍ତ କରିଛି ପ୍ରଯୋଜନା ସଂସ୍ଥା । ଜାନୁଆରୀ ୨୫ରେ ରିଲିଜ ହେବ ଫିଲ୍ମ ‘ଫାଇଟର’ ।