ଆଜି ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଅବତରଣ କରିବ ଯୁଦ୍ଧ ବିମାନ

27

କନକ ବ୍ୟୁରୋ: ଆଜି ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଅବତରଣ କରିବ ଯୁଦ୍ଧ ବିମାନ । ଏକ୍ସପ୍ରେସୱେରେ ମିରାଜ ୨୦୦୦, ଜାଗୁଆର, ସୁଖୋଇ ୩୦ ସହ ଏଏନ-୩୨ ପରିବହନ ବିମାନ ମଧ୍ୟ ଅବତରଣ କରିବ । ବାୟୁସେନାର ଏହି ଅଭ୍ୟାସରେ ପ୍ରାୟ ୨୦ଟି ବିମାନ ଭାଗ ନେବେ । ପ୍ରଥମ ଥର ପାଇଁ ପରିବହନ ବିମାନ ଏଏନ-୩୨ ବିମାନ ସଡକରେ ଅବତରଣ କରିବ ।

ଟ୍ରାନ୍ସପୋର୍ଟ ବିମାନ ଏଏନ-୩୨ଅବତରଣ କରିବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ସାମଗ୍ରୀ ପରିବହନ ହୋଇପାରିବ ଓ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇ ହେବ । ବାୟୁସେନାର ଏହି ଅଭ୍ୟାସ ପାଇଁ ଗତକାଲି ସକାଳ ଠାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଗାଡି ଚଳାଚଳକୁ ବନ୍ଦ କରାଯାଇଛି ।

ତେବେ ଏହି ରାସ୍ତାରେ ଆସୁଥିବା ଗାଡି ଗୁଡିକ ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଯାଇଛି । ୨୦୧୫ରେ ବାୟୁସେନାର ମିରାଜ-୨୦୦୦ ପ୍ରଥମ ଥର ପାଇଁ ରାଜପଥରେ ଅବତରଣ କରିଥିଲା । ଏହାପରେ ଗତବର୍ଷ ମଧ୍ୟ ଏହି ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଯୁଦ୍ଧ ବିମାନ ଅବତରଣ କରିଥିଲା ଏବଂ ଏହା ସଫଳ ମଧ୍ୟ ହୋଇଥିଲା ।