ପ୍ରଚାର ମଇଦାନରେ ମା’ ! କୋଳରେ ୮ ମାସର ଶିଶୁକୁ ଧରି ପ୍ରଚାର ମଇଦାନରେ ବାହାରିଲେ ଏହି ଟିଏମସି ମହିଳା ପ୍ରାର୍ଥୀ ।

230

ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କ ଭିନ୍ନ ଭିନ୍ନ ରଙ୍ଗ ଦେଖିବାକୁ ମିଳିଛି । କିଏ ଭୋଟ୍ ପାଇଁ ଭୋଟରଙ୍କ ଗୋଡ ଧରି ନେହୁରା ହେଉଥିବା ବେଳେ ଆଉ କେହି ଟ୍ରାକ୍ଟର ଧରି ବିଲ କାମ କଲେଣି । କିନ୍ତୁ ଏବେ ଜଣେ ପ୍ରାର୍ଥୀ ନିଜର ୧୮ ମାସର ଛୁଆକୁ କୋଳରେ ଧରି ପ୍ରଚାର କରୁଥିବାର ଦେଖାଯାଇଛି । ଏହି ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ଟିଏମସି ପ୍ରାର୍ଥୀଜଣକ ହାତରେ ଛୋଟଛୁଆ ଧରି ପ୍ରଚାର ମଇଦାନରେ ବାହାରିଛନ୍ତି ।

ଯଦି ଏହି ମହିଳା ଜଣକ ଯଦି ସଂସଦ ପହଂଚୁଛନ୍ତି ତେବେ ଅଷ୍ଟ୍ରେଲିଆ ଭଳି ମାମଲା ପୁଣି ଦୋହରାଇବ । ଅଷ୍ଟ୍ରେଲିୟାନ୍ ସାଂସଦ ଲାରିସା ୱାଟର୍ସ ସଂସଦରେ ନିଜ ୨ ମାସର ଝିଅକୁ ସ୍ତନପାନ କରାଉଥିବାରୁ ନଜର ଆସିଥିଲେ । ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ରାନାଘାଟ ଲୋକସଭା ସିଟରୁ ଲଢୁଥିବା ୨୫ ବର୍ଷୀୟା ରୁପାଲି ବିଶ୍ୱାସଙ୍କର କିଛି ଏହି ଭଳି ହିଁ କାହାଣୀ ରହିଛି । ରୁପାଲୀ ତୃଣମୂଳ କଂଗ୍ରେସରୁ ନିର୍ବାଚନ ଲଢୁଛନ୍ତି ।