ପାଣି ପାଇଁ ଖଣ୍ଡ ଯୁଦ୍ଧ : ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ; ତିଗିରିଆ ଗାଁରେ ଘଟିଛି ଏହି ଘଟଣା

114

କନକ ବ୍ୟୁରୋ : ପାଣି ପାଇଁ ଖଣ୍ଡ ଯୁଦ୍ଧ । ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଗାଁରେ ଘଟିଛି ଏହି ଘଟଣା । ନ୍ୟାୟ ପାଇଁ ଥାନା ଆଗରେ ଶୋଇଲେ ପରିବାର । ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ପଡ଼ିଛି । ଖରାଦିନେ ଚାରିଆଡେ ପାଣି ପାଇଁ ହାହାକାର ପଡିଥିବା ବେଳେ , ତିଗିରିଆ ଗାଁରେ ଗତ ୨୩ ତାରିଖରେ ଘଟିଥିଲା ଏହି ଖଣ୍ଡଯୁଦ୍ଧ । ଘଟଣାକୁ ୭୨ ଘଂଟା ପୂରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଥାନାରେ ନ୍ୟାୟ ପାଇଁ ଗଡିଛନ୍ତି ପୀଡିତ ପରିବାର । ଘଟଣା ନେଇ ଏସଡିପିଓ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ।