ବିଶ୍ୱ ବିଜେତା ହେବାକୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ । ପଢନ୍ତୁ ବର୍ଷା ହେଲେ କ’ଣ ହେବ?

189

କନକ ବ୍ୟୁରୋ: ଆଜି ଟି-୨୦ ବିଶ୍ୱକପର ଫଇନାଲ ମୁକାବିଲା । ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ବାର୍ବାଡୋସରେ ସନ୍ଧ୍ୟା ୮ଟାରେ ଖେଳଯିବା ମ୍ୟାଚ । ଯେତେ ସମୟ ପାଖେଇ ଆସୁଛି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଟି-୨୦ ବିଶ୍ୱକପରେ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ବିଜୟୀ ହୋଇଥିଲା । ଏହା ପରେ ଭାରତ ୨୦୧୧ରେ ଦିନିକିଆ ବିଶ୍ୱକପ ଜିତିଥିଲା ।

ହେଲେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ ଉପରେ ବର୍ଷାର ବିପଦ ରହିଛି । ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାର୍ବାଡୋସରେ ହେବାକୁ ଥିବା ଏହି ମ୍ୟାଚକୁ ବର୍ଷା ଧୋଇଦେବା ଆଶଙ୍କା ରହିଛି । ଆଜିର ମ୍ୟାଚ ବର୍ଷା ଯୋଗୁଁ ବାଧିତ ହେଲେ ରିଜର୍ଭ ଡେକୁ ଘୁଂଚିଯିବ ମ୍ୟାଚ । ଜୁନ ୩୦ ତାରିଖରେ ରିଜର୍ଭ ଡେ ରଖାଯାଇଛି । ଯଦି ମ୍ୟାଚ ୧୦-୧୦ ଓଭର ଖେଳାନ ଯାଏ ତେବେ ରିଜର୍ଭ ଡେକୁ ସିଫଟ ହୋଇଯିବ । ଆଇସିସିର ନିୟମ ଅନୁସାରେ ଫାଇନାଲ ମ୍ୟାଚ ହୋଇନପାରିଲେ କିମ୍ବା ଟାଇ ସ୍ଥିତି ହେଲେ ସୁପର ଓଭର ଖେଳାଯାଇଥାଏ ।

ସେପଟେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଆଇସିସି ବିଶ୍ୱକପ ଫାଇନାଲ ଖେଳିବ । ତେଣୁ ଭଭୟ ଟିମ ମ୍ୟାଚ ଜିତିବାକୁ କୌଣସିବି ସଂଘର୍ଷ କରିବାକୁ ପଛାଇବେ ନାହିଁ । ଉଭୟ ଟିମ ଟୁର୍ଣ୍ଣାମେଂଟରେ ଗୋଟିଏ ବି ମ୍ୟାଚ ହାରିନାହାଁନ୍ତି । ଭାରତ ୮ ଟି ମ୍ୟାଚରୁ ୭ ଟିରେ ବିଜୟ ହୋଇଥିବା ବେଳେ ବର୍ଷା ଯୋଗୁ କାନାଡା ସହ ମ୍ୟାଚ ବାତିଲ ହୋଇଥିଲା । ଦଣିକ୍ଷ ଆଫ୍ରିକା ୮ରୁ ୮ ମ୍ୟାଚରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଭଭୟ ଟିମରେ ବ୍ୟାଟର ଭଲ ପଦର୍ଶନ ଜାରି ରଖିଛନ୍ତି । ଦୁଇଟି ମ୍ୟାଚରେ ରୋହିତ ଶର୍ମାଙ୍କ ଭଲ ପ୍ରଦର୍ଶନ ଯୋଗୁ ଭାରତ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ବି ରୋହିତ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।