ଫ୍ଲାଇଟରେ ସ୍ବାମୀ ସ୍ତ୍ରୀ ଝଗଡା । କରିବାକୁ ପଡିଲା ଇମରଜେନ୍ସି ଲ୍ୟାଣ୍ଡିଂ

148

ଆଜିକାଲି ଫ୍ଲାଇଟରେ ଅଭଦ୍ର ବ୍ୟବହାର , ମାରପିଟ ପରି ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି । ଏପରିକି ମଦ ନିଶାରେ ସହ ଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଲା ଭଳି ଘଟଣା ନିକଟ ଅତୀତରେ ଘଟିଥିବାର ନଜରକୁ ଆସିଥିଲା । ଏସବୁ ଘଟଣା ତ ଅପରିଚିତ ବ୍ଯକ୍ତି ମାନଙ୍କ ମଧ୍ୟରେ ଘଟିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ଯୋଗୁ ଗୋଟେ ଫ୍ଲାଇଟକୁ ଇମରଜେନ୍ସି ଲ୍ୟାଣ୍ଡିଂ  କରିବାକୁ ପଡିଛି ।

ସୂତ୍ରରୁ ପ୍ରକାଶ ଯେ ମ୍ୟୁନିଚରୁ ବ୍ୟାଙ୍କକକୁ ଯାଉଥିବା ଲୁଫଥାନ୍ସ ଏୟାରଲାଇନ୍ସର ଏକ ବିମାନରେ ସ୍ୱାମୀ-ସ୍ତ୍ରୀ ଝଗଡା କରିଥିଲେ । ସ୍ୱାମୀ-ସ୍ତ୍ରୀ କଜିଆ ଏତେ ଉଗ୍ରରୂପ ଧାରଣ କଲା ଯେ ପାଇଲଟଙ୍କୁ ବାଧ୍ୟ ହେଇ ବିମାନକୁ  ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।

ମ୍ୟୁନିଚରୁ ଆସୁଥିବା ଲୁଫଥାନ୍ସ ବିମାନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ସାମାନ୍ଯ ଝଗଡା ହୋଇଥିଲା । ପରେ ପରେ ଦୁହିଁଙ୍କ ମଧ୍ୟରେ ଝଗଡା ବଢିବାକୁ ଲାଗିଲା । ଏପରିକି କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଝଗଡା ଏତେ ଉଗ୍ରରୂପ ଧାରଣ  କରିଥିଲା ଯେ ପାଇଲଟଙ୍କୁ ବାଧ୍ୟ ହେଇ ବିମାନକୁ  ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି) ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।

ଲୁଫଥାନ୍ସ ବିମାନ ନମ୍ବର LH772 ମ୍ୟୁନିଚରୁ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକୁ ଯାଉଥିଲା । ଝଗଡା ପରେ ଫ୍ଲାଇଟକୁ ଦିଲ୍ଲୀ ମୁହଁI କରିଥିଲେ ପାଇଲଟ ।

ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ପରେ ବିମାନଟିକୁ  ଦିଲ୍ଲୀ ଦିଲ୍ଲୀ ମୁହଁI କରିଥିଲେ ପାଇଲଟ । ଦିଲ୍ଲୀ ବିମାନବନ୍ଦର ସୂତ୍ର ଅନୁଯାୟୀ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ଏହି ଖବର ପାଇବା ମାତ୍ରେ ସୁରକ୍ଷା କର୍ମୀମାନେ ତୁରନ୍ତ ବିମାନବନ୍ଦରରେ ପହଞ୍ଚି ବିମାନ ଫାଟକ ଖୋଲିବାକୁ ଅପେକ୍ଷା କରିଥିଲେ ।

ଝଗଡାର କାରଣ ଜଣାପଡି ନାହିଁ

ତେବେ ସ୍ୱାମୀ-ସ୍ତ୍ରୀ କେଉଁଠୁ ଆସିଛନ୍ତି, କୁଆଡେ ଏବଂ ସେମାନଙ୍କ ମଧ୍ୟରେ ଝଗଡା ହେବାର କାରଣ କ’ଣ ରହିଛି ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ । ଘଟଣା ପରେ ଉଭୟଙ୍କୁ ବିମାନରୁ ଓଲ୍ହେଇ ଦିଆଗଲା କି ଯାତ୍ରା ଜାରି ରଖିବାକୁ ଦିଆଗଲା ତାହା ମଧ୍ୟ ଜଣା ପଡିନାହିଁ।