ସେବା ପାଇଁ ସମ୍ମାନ: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏପ୍ରିଲ ମାସରେ ମିଳିବ ଆଗୁଆ ୪ ମାସର ଦରମା । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କଲେ ହେବ କଡା କାର୍ଯ୍ୟାନୁଷ୍ଠାନ

Advertisment
କରୋନା ନେଇ ଦେବ-ଦାନବର କାହାଣୀ କହିଲେ ସୁବ୍ରତ ବାଗଚୀ । ସବୁକିଛି ତ୍ୟାଗ କରି, ନିଜକୁ ସଙ୍କଟରେ ପକାଇ ଦେବତାର ସ୍ୱର ଶୁଣି ସେବା କରୁଥିବା ଦେବଦୂତଙ୍କୁ ସମ୍ମାନ ଦିଅନ୍ତୁ, ଶ୍ରଦ୍ଧା କରନ୍ତୁ...

କନକ ବ୍ୟୁରୋ: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କରୋନା ମୁକାବିଲାରେ ଲାଗିଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢାଇବାକୁ ଆଗୁଆ ଦରମା ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଆଗୁଆ ୪ ମାସର ଦରମା । ଏପ୍ରିଲ, ମେ, ଜୁନ, ଜୁଲାଇ ମାସର ଦରମା ଏପ୍ରିଲ ମାସରେ ସେମାନଙ୍କୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ତେବେ କରୋନା ମହାମାରୀର ମୁକାବିଲା ପାଇଁ ପ୍ରଥମ ଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମୀ । କର୍ମ ପ୍ରତି ସେମାନଙ୍କ ନିଷ୍ଠା ଏବଂ ତ୍ୟାଗର ତୁଳନା ନାହିଁ । କଠିନ ପରିସ୍ଥିତିରେ ସେମାନେ ସେବା ଯୋଗାଇ ଚାଲିଛନ୍ତି ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କ ପରିବାର ସହ ମୁଁ ଏବଂ ଓଡିଶାବାସୀ ଅଛୁ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଦେଇ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସେବାକୁ ସମ୍ମାନ ଦେବାକୁ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏଥିସହ ସେମାନଙ୍କ ମନୋବଳ ବଢାଇବା ଏବଂ ପରିବାରର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଆଗୁଆ ୪ ମାସର ଦରମା ଦେବାକୁ ଘୋଷଣା କରିଛନ୍ତି ।

ସେପଟେ ମେଡିକାଲରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଶ୍ରଦ୍ଧା ଓ ସମ୍ମାନର ସହ ବ୍ୟବହାର କରିବାକୁ ନବୀନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେମାନଙ୍କ କାମରେ ଯେମିତି କୌଣସି ଅସୁବିଧା ନହୁଏ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନିଜର ସବୁ ସୁଖ, ପରିବାରକୁ ତ୍ୟାଗ କରି ଆପଣଙ୍କ ସେବାରେ ଲାଗିଛନ୍ତି ତେଣୁ ଜଣେ ବି କେହି ସେମାନଙ୍କୁ ଯଦି ଖରାପ ବ୍ୟବହାର କରନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ନିର୍ଦ୍ଦେଶ ଦେଇଥିବା ନବୀନ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe