କନକ ବ୍ୟୁରୋ: ସରପଞ୍ଚଙ୍କ ପାଇଁ ବଡ ଘୋଷଣା । ରାଜ୍ୟର ସମସ୍ତ ସରପଞ୍ଚଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରପଞ୍ଚଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କରୋନା ବିରୋଧୀ ଲଢେଇରେ ସରପଞ୍ଚ ବି ଜଣେ ଜଣେ ଯୋଦ୍ଧା ତେଣୁ ସେମାନଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି ।

Advertisment

ତେବେ ତୃଣମୂଳସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚମାନେ ଟିଏମସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ ସୁବିଧା ଗୁଡିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ ମହତ କାମ କରୁଛନ୍ତି । ସେମାନେ ଆମ ଆଗ ଧାଡିର ଯୋଦ୍ଧା । ସେମାନଙ୍କ ପରିବାରର ହିତ ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।