୫୦ ଜଣ ମିଶି  ୱେବସାଇଟ ଖୋଲିଲେ, ଲୋକଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଂଚାଉଛନ୍ତି : ଜାଣନ୍ତୁ କଣ ରହିଛି ୱେବସାଇଟର ନାଁ

207

କନକ ବ୍ୟୁରୋ : ଘରେ ନ ବସି କିଛି କରିବାକୁ ଉଦ୍ୟମ କରି ସଫଳତା ପାଇଛନ୍ତି ମାଲକାନଗିରି ଜିଲ୍ଲାର ଯୁବପୀଢି । ୫୦ ଜଣ ଯୁବକ ଯୁବତୀ ମିଶି ଖୋଲିଛନ୍ତି ଏକ ୱେବସାଇଟ୍ । ଆଉ ଲୋକଙ୍କ ହାତ ପାହାନ୍ତାରେ ପହଂଚାଇ ଦେଉଛନ୍ତି ଆବଶ୍ୟକୀୟ ସାମଗ୍ରୀ । ଗୋ – ଫଟାଫଟ୍ ନାଁ ଇ–କମର୍ସ ସର୍ଭିସ ଆରମ୍ଭ କରି ଚର୍ଚ୍ଚାରେ ସ୍ୱାବଲମ୍ବୀ ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲି ଗାଁର ୫୦ ଜଣ ଯୁବକଯୁବତୀ ।

ଲକଡାଉନରେ ନିଜ ଉଦ୍ୟମକୁ ନେଇ ଚର୍ଚ୍ଚାରେ ଯୁବଗୋଷ୍ଠୀ । ଏବେ ଆଉ ଯିବାକୁ ପଡିବନି ବଜାର । ହାତ ପାହାନ୍ତାରେ ମିଳିବ ସାମଗ୍ରୀ । ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲି ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି ଗୋ – ଫଟାଫଟ୍ ୱେବସାଇଟ ।  ଏଣିକି ଅନଲାଇନ ଇ – କମର୍ସ ସର୍ଭିସରେ ପାଇପାରିବେ ମନ ପସନ୍ଦର ସମସ୍ତ ସାମଗ୍ରୀ । ସାଧାରଣ ବଜାର ଓ ସମାନ ଦରରେ ୱେବସାଇଟ୍ ମାଧ୍ୟମରେ ବି ପାଇପାରିବେ ସୁବିଧା । ଲକଡାଉନ୍ ସମୟରେ ଘରେ ବସି କାମଧନ୍ଦା ନ ପାଇ କିଛି ନୂଆ କରିବାକୁ ଚିନ୍ତା କରିଥିଲେ ଏହି ଯୁବବର୍ଗ ।

ଆଉ ୫୦ ଜଣ ଯୁବକ ମିଶି ଆରମ୍ଭ କଲେ ଗୋ ଫଟାଫଟ୍ କମର୍ସିଆଲ ସର୍ଭିସ୍  । ଘରେ ରହିବା ଅପେକ୍ଷା ଏହାକୁ ଗୁରୁତ୍ୱ ଦେଇ ରୋଜଗାରକ୍ଷମ ହୋଇପାରିଛନ୍ତି ଯୁବବର୍ଗ । ୱେବସାଇଟ ମାଧ୍ୟମରେ ସମସ୍ତ ସାମଗ୍ରୀ ଘରେ ପହଂଚାଇ ଏବେ ବେଶ୍ ଲାଭବାନ୍ ଏମାନେ । ବ୍ୟସ୍ତ ବହୁଳ ଜୀବନରେ ମୋବାଇଲ ଓ ଇନଟରନେଟ୍ ସମସ୍ତଙ୍କୁ ବାନ୍ଧି ରଖିଛି । କରୋନା ମହାମାରି ସମୟରେ ଆବଶ୍ୟକତାକୁ ପାଥେୟ କରି ଯୁବପୀଡି ଗୋ – ଫଟାଫଟ୍ ମାଧ୍ୟମରେ ରୋଜଗାରକ୍ଷମ ହେବା ଏବଂ ଆବଶ୍ୟକୀୟ ସାମଗ୍ରୀ ଲୋକଙ୍କ ମନ ପସନ୍ଦର ଯୋଗାଇପାରୁଛନ୍ତି ।

ଗୋ – ଫଟାଫଟ୍ ୱେବସାଇଟରେ ନିୟୋଜିତ ଅଛନ୍ତି ୫୦ ଜଣ ଯୁବପୀଡି । ଏବେ ସାଧାରଣତଃ ଦୈ÷ନିକ ପାରିଶ୍ରମିକ ବାବଦରେ ମଧ୍ୟ ଅର୍ଥ ପାଇପାରୁଛନ୍ତି । ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ହୋଇପାରୁଛି ହୋମ ଡେଲିଭରି । ସମସ୍ତ ପ୍ରକାର ଆବଶ୍ୟକୀୟ ସାମଗ୍ରୀ ଅର୍ଡର କଲେ ଗ୍ରାହକ ଘରେ ବସି କମ ସମୟ ମଧ୍ୟରେ ସାମଗ୍ରୀ ପାଇପାରୁଛନ୍ତି । ପ୍ରଥମେ ପ୍ରଥମେ ଲକଡାଉନ୍ ସମୟରେ କିଛି ଦିନ ପାରିଶ୍ରମିକ ନ ମିଳିଲେ ବି ମନ ପସନ୍ଦର ସାମଗ୍ରୀ ଯୋଗାଇ ସ୍ଥାନୀୟ ଅଂଚଳରେ ପ୍ରଂଶସା ସାଉଁଟିଛନ୍ତି ଏମାନେ । ଗ୍ଲୋସରି , ପନିପରିବା , ଡ୍ରେସ୍ ଆଦି ଗୋ – ଫଟାଫଟ ମାଧ୍ୟମରେ ଲୋକଙ୍କ ନିକଟରେ ପହଂଚାଉଛନ୍ତି ଯୁବପୀଡି । ମାର୍କଟରୁ ହଲସେଲରେ ଆଣି ବଜାର ମୂଲ୍ୟରେ ଲୋକଙ୍କ ପାଖକୁ ଯୋଗାଉଛନ୍ତି ସାମଗ୍ରୀ ।

କରୋନା ପାଇଁ ଆଗକୁ ଆସିଲେ । ନିଷ୍ପତି ନେଲେ ଲୋକଙ୍କୁ ଯୋଗାଇବେ ସେବା । ସେଥିପାଇଁ ଆରମ୍ଭ କଲେ େଓ୍ବସାଇଟ,  ଗୋ ଫଟାଫଟ୍ ଇ କମର୍ସ ସର୍ଭିସ । ତେବେ କରୋନା ମହାମାରି ଭିତରେ ସ୍ଥିତି କହୋଳ ହେବାରୁ ଏବେ ବେଶ୍ ଦୁଇ ପଇସା ମଧ୍ୟ ପାଇ ଉତ୍ସାହିତ ଯୁବଗୋଷ୍ଠୀ । ଆଗାମୀ ଦିନରେ ଜିଲାରେ ଅଧିକ ସଦସ୍ୟ ସାମିଲ କରାଇ ବ୍ୟବସାୟ ବଢାଇବା ସହିତ ଫଟାଫଟ୍ ସାମଗ୍ରୀ ଲୋକଙ୍କ ପାଖରେ ପହଂଚାଇବାକୁ ଲକ୍ଷ୍ୟ ରଖିଛନ୍ତି ଗୋବିନ୍ଦପାଲ୍ଲି ଅଂଚଳର ଯୁବପୀଡି ।