କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମୋଟ୍ ୪୫ଟି ଆସନ ଲାଗି ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଅପରାହ୍ନ ୫ଟା ୪୫ ସୁଦ୍ଧା ପଶ୍ଚିମବଙ୍ଗରେ ୭୮.୩୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । କାଁ ଭାଁ ହିଂସାକାଣ୍ଡକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଥିବା ଖବର ଆସିଛି । କଡା ସୁରକ୍ଷା ମଧ୍ୟରେ ଆଜି ସକାଳ ୭ଟାରୁ ଚାଲିଥିଲା ମତଦାନ । ସଂଧ୍ୟା ୬ଟାରେ ଏହା ଶେଷ ହୋଇଛି । ମତଦାନ ଚାଲିଥିବାବେଳେ କୋଭିଡ କଟକଣାକୁ କଡାକଡି ପାଳନ କରିବା ଲାଗି ରହିଥିଲା ନିର୍ଦ୍ଦେଶ । ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ମୋଟ୍ ୧ ହଜାର ୭୧ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ବଳ ସହ ୧୫ ହଜାର ୭୯୦ ରାଜ୍ୟ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିଲା । ପଂଚମ ପର୍ଯ୍ୟାୟରେ ମତଦାନ ହେଉଥିବା ୪୫ଟି ଆସନରୁ ୨୦୧୬ରେ ୩୨ଟି ହାତେଇଥିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି । କଂଗ୍ରେସ ୫ ଓ ବାମଦଳ ୫ଟି ଆସନରେ ବିଜୟୀ ହୋଇଥିଲେ । ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ୩ଟି ଆସନ ମିଳିଥିଲା । ଚଳିତ ବର୍ଷ ବିଜେପି ଭଲ କରିବା ନେଇ ଆଶାବାଦୀ ରହିଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  /kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2021/04/124-1.jpg)