ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ବଡ ଧରଣର ରାଜନୈତିକ ହଲଚଲ । ବିଜେପିରୁ ଏକାଥରକେ ଇସ୍ତଫା ଦେଲେ ୧୫ ଜିଲ୍ଲା ପରିଷଦ ସଭ୍ୟ ।

277

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡଧରଣର ହଲଚଲ । ମୟୂରଭଞ୍ଜର ୧୫ ଜିଲ୍ଲା ପରିଷଦ ସଭ୍ୟ ବିଜେପିରୁ ଦେଲେ ଇସ୍ତଫା । ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅସନ୍ତୋଷ ଜାହିର କରି ଏହି ସଭ୍ୟମାନେ ଆଜି ବିଜେପି ଛାଡିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି । ଯାହା ପାଇଁ ରାଜନୈତିକ ଦଳମାନେ ଏବେଠୁ ଅଙ୍କ କଷିବା ଆରମ୍ଭ କରିଦେଲେଣି । ହେଲେ ଏହାରି ଭିତରେ ଆଜି ମୟୂରଭଞ୍ଜ ଜିଲ୍ଲାରୁ ଏପରି ଏକ ଖବର ଆସିଛି ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏକାଥରକେ ୧୫ ଜଣ ଜିଲ୍ଲା ପରିଷଦ ସଭ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେମାନେ ରାଜ୍ୟ ବିଜେପି ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଦେଇଛନ୍ତି । ସେମାନଙ୍କ କହିବା କଥା, ଅଧ୍ୟକ୍ଷାଙ୍କ ମନମୁଖୀ କାରବାର ଓ ସ୍ୱେଚ୍ଛାଚାରିତା ପାଇଁ ସେମାନେ ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପି ସଭାପତିଙ୍କୁ ପତ୍ର ଲେଖି ସେମାନେ ନିଜର ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ବିଜେପିରୁ ଇସ୍ତଫା ଦେବା ପରେ ଏହି ସଭ୍ୟମାନେ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।