୧୫ ବର୍ଷର ଗୌରୀ ଗୋଡରେ ପଡିଛି ଲୁହାର ବେଡି: କାମକୁ ଯିବା ବେଳେ ଝିଅକୁ ଶିକୁଳି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି ବାପା-ମାଆ

366

କନକ ବ୍ୟୁରୋ: ଛୋଟ ଥିଲା ଭଲରେ ଥିଲା । ବଡ଼ ହୋଇ ବନ୍ଦ ଘରେ ପଡ଼ିରହିଲା । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଜଗନ୍ନାପ୍ରସାଦ ବ୍ଳକ କରଡ଼ାବାଣି ଗାଁରେ । ୩ ବର୍ଷ ହେବ ଝିଅକୁ ତାଲା ପକାଇ ଘରେ ବାନ୍ଧି ରଖୁôଛନ୍ତି ବାପା ଓ ମାଆ । ଲୁହା ଶିକୁଳିରେ ବନ୍ଧା ଗୌରୀର ଜୀବନ । ଇଛି ।

୧୫ ବୟସରେ ଜଣେ ଝିଅ ସାଙ୍ଗସାଥିଙ୍କ ସହ ବିଦ୍ୟାଳୟକୁ ଯାଇଥାଏ । ପାଠ ପଢିବା ସହ ଜୀବନର ଆଗାମୀ ଦିନକୁ ନେଇ କେତେ କଣ ସ୍ୱପ୍ନ ଦେଖିଥାଏ । ହେଲେ କରଡ଼ାବାଣୀ ଗାଁର ବାରିକ ନାଇକଙ୍କ ମଝିଆ ଝିଅ ଗୋ÷ରୀ ଜୀବନରେ ସେ ସୁଖ ନାହିଁ ।

ଜନ୍ମ ହେବାର ୨ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍ଠାକ୍ ଥିଲା । ଗୌରୀର ବୟସ ବଢିବା ସହ ମାନସିକ ବିକୃତି ଦେଖିବାକୁ ମିଳିଲା । ପିଲାଦିନେ ଘରେ ଖେଳା ବୁଲା କରୁଥିଲା । ହେଲେ ବୟସ ବଢ଼ିବାରୁ ସେ କାଳେ କୁଆଡେ ଚାଲିଯିବ, କାହାର କଣ କ୍ଷତି କରିଦେବ, କି କିଏ ତାର କିଛି କ୍ଷତି କରିଦେବ । ସେଇ ଆଶଙ୍କାରେ ଝିଅକୁ ଘରେ ଲୁହା ଶିକୁଳିରେ ବାନ୍ଧି ରଖୁଛନ୍ତି ବାପା-ମାଆ ।
ଗୌରୀ ସହ ଘରେ ଆଉ ୬ ପ୍ରାଣୀ କୁଟୁମ୍ବ ରହିଛନ୍ତି । ସେମାନଙ୍କ ମୁହଁରେ ଦାନା ଦେବା ପାଇଁ ଗୌରୀର ବାପା ଗାଇ ଚରାଇବାକୁ ଯାଉଥିବା ବେଳେ ମାଆ ମୁଲ ଲାଗିବା ପାଇଁ ଯାଉଛନ୍ତି । ବାପା-ମାଆ କାମକୁ ଯିବା ବେଳେ ଝିଅକୁ ଘରେ ବାନ୍ଧି ରଖିବାକୁ ବାଧ୍ୟ ହେଉଛନ୍ତି ।

ଅଭାବୀ ସଂସାରରେ ମାନସିକ ବିକାରଗ୍ରସ୍ତ ଝିଅ ଓ ଦିବ୍ୟାଙ୍ଗ ଭଉଣୀକୁ ନେଇ ବହୁ ଅସୁବିଧାରେ ରହୁଛନ୍ତି ବାରିକ ନାଇକ । ସହାୟତା ପାଇଁ ସ୍ଥାନୀୟ ପ୍ରଶାସନ ପାଖକୁ ଧାଇଁ ଧାଇଁ ନୟାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ଗୌରୀଙ୍କ ବାପା ।