ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି । ଦିନକରେ ୪,୨୦୮ ଆକ୍ରାନ୍ତ, ୧୫ ମୃତ । କରୋନାଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୭୬୭ ଛୁଇଁଲା

196

କନକ ବ୍ୟୁରୋ: ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି । ରାଜ୍ୟରେ ଆଜି ଗୋଟିଏ ଦିନରେ ୪ ହଜାର ୨୦୮ ଜଣ ନୂା କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୫ଜଣ ଆକ୍ରାନ୍ତଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ତେବେ ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬୭ରେ ପହଂଚିଛି । ସେପଟେ ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ପାର କରିଛି ।

ସେହିଭଳି ଆଜି ମୃତ୍ୟୁ ବରଣ କରିଥିବା ୧୫ ମୃତକଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିଭଳି ମୟୂରଭଂଜରୁ ୨, ରାୟଗଡା, କେନ୍ଦ୍ରପଡା, କନ୍ଧମାଳ, ବଲାଙ୍ଗୀର, ଅନୁଗୁଳ ଏବଂ କଟକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।