ରାଜ୍ୟରେ ଖସୁଛି କରୋନା ମିଟର: ଦିନକରେ ୩୩୨୬ ଆକ୍ରାନ୍ତ, ୧୫ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୬୩୮, କଟକରୁ ୨୬୮ ପଜିଟିଭ୍

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି

246

କନକ ବ୍ୟୁରୋ: ରାଜ୍ୟରେ ଖସୁଛି କରୋନା ମିଟର । ଲଗାତର ଭାବେ କମିବାରେ ଲାଗିଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟଆ ୪ ହଜାର ତଳେ ରହୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୩୩ ଶହ ୨୬ ଜଣ ନୂଆ କରୋନା ରୋଗୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ଆକ୍ରାନ୍ତଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧ ହଜାର ୯୪୫ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୩୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୩୮ ଜଣ ଆକ୍ରାନ୍ତ ରହିଛନ୍ତି । କଟକରୁ ୨୬୮, ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୧୨୨, ବଲାଙ୍ଗୀରରୁ ୧୦୩, ଯାଜପୁରରୁ ୧୪୮, ଝାରସୁଗୁଡାରୁ ୧୦୭, କେନ୍ଦ୍ରାପଡାରୁ ୧୦୩, କେନ୍ଦୁଝରରୁ ୧୦୧, ମୟୂରଭଂଜରୁ ୧୩୧, ନୂଆପଡାରୁ ୧୪୭ , ପୁରୀରୁ ୧୪୦, ସମ୍ବଲପୁରରୁ ୧୦୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ସେହିଭଳି ବରଗଡରୁ ୯୪, ଭଦ୍ରକରୁ ୩୬,ବୌଦ୍ଧରୁ ୫୪, ଦେବଗଡରୁ ୨୧, ଢେଙ୍କାନାଳରୁ ୮୫, ଗଜପତିରୁ ୨୨, ଗଂଜାମରୁ ୫୭, ଜଗତସିଂହପୁରରୁ ୮୦, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୬୦, କୋରାପୁଟରୁ ୪୫, ମାଲକାନଗିରିରୁ ୧୯, ନବରଙ୍ଗପୁରରୁ ୬୧, ନୟାଗଡରୁ ୬୧, ରାୟଗଡାରୁ ୫୩, ସୋନପୁରରୁ ୨୫ ଏବଂ ସୁନ୍ଦରଗଡରୁ ୯୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ବର୍ତମାନ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ରହିଛି ୨ ଲକ୍ଷ ୩୨ ହଜର ୭୧୩କୁ ବୃଦ୍ଧି ହୋଇଛି । ଆକ୍ଟିଭ୍ ମାମଲା ସଂଖ୍ୟା ୩୩ ହଜାର ୫୫୯ ରହିଛି । ସୁସ୍ଥ ସଂଖ୍ୟା ୧ ଲକ୍ଷ ୯୮ ହଜାର ଅତିକ୍ରମ କରିଛି । ସେହିଭଳି ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୫ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ ରହିଥିବା ବେଳେ ବୌଦ୍ଧ, ଢେଙ୍କାନାଳ , ଜଗତସିଂହପୁର, କେନ୍ଦୁଝର, କୋରାପୁଟ, ସମ୍ବଲପୁର, ମାଲକାନଗିରିରୁ ଜଣେ ଲେଖାଏଁ ରହିଛନ୍ତି । ଏହାସହ ରାଜ୍ୟର ମୃତ୍ୟୁସଂଖ୍ୟା ୯୦୭କୁ ବୃଦ୍ଧି ପାଇଛି ।