ଫିଫା ବିଶ୍ୱକପର ୩ୟ କ୍ୱାର୍ଟର ଫାଇନାଲ ମୁକାବିଲାରେ ଇଂଲଣ୍ଡ ୨-୦ରେ ସ୍ୱିଡେନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡ ପାଇଁ ଡିଫେଣ୍ଡର ହେରି ମାଗୁଏର, ଆସଲେ ୟଙ୍ଗଙ୍କ କର୍ଣ୍ଣର କିକରେ ୩୦ ମିନିଟରେ ହେଡର ଗୋଲ ଦେଇଥିଲେ । ଇଂଲଣ୍ଡ ୨୮ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡ ୧୯୬୬ରେ ଚାମ୍ପିଅନ୍ ହୋଇଥିଲା । ବୁଧବାର ହେବାକୁ ଥିବା ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡର ସମ୍ମୁଖୀନ ହେବ କ୍ରୋଏସିଆ ଓ ଆୟୋଜକ ରୁଷିଆ ମଧ୍ୟରେ ହେବାକୁ ଥିବା ଅନ୍ତିମ କ୍ୱାର୍ଟର ଫାଇନାଲର ବିଜେତା ।
ଫ୍ରାନ୍ସ ଓ ବେଲଜିୟମ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ । ଫ୍ରାନ୍ସ ୨-୦ରେ ଉରୁଗୁଏକୁ ହରାଇଥିବା ବେଳେ ବେଲଜିୟମ ୨-୧ରେ ବ୍ରାଜିଲକୁ ପରାସ୍ତ କରିଥିଲା । ମାଗୁଏରଙ୍କ ପରେ ଡେଲି ଅଲି ମଧ୍ୟ ୫୯ ମିନିଟରେ ଜେସି ଲିଗାର୍ଡଙ୍କୁ ବଲ ଦେଇ ହେଡର ଦ୍ୱାରା ଗୋଲପୋଷ୍ଟକୁ ନେଇଥିଲେ । ଆରମ୍ଭରୁ ଉଭୟ ଟିମ୍ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦୀତା ହୋଇଥିଲା କିନ୍ତୁ ଇଂଲଣ୍ଡକୁ ୩୦ ମିନିଟରେ ସଫଳତା ମିଳି ଯାଇଥିଲା । ସବୁଠାରୁ ବଡ଼କଥା ହେଲା ଯେ, ଇଂଲଣ୍ଡର ଖେଳାଳିଙ୍କ ମଧ୍ୟରେ ଏକତା ଦେଖାଯାଉଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/gettyimages-991260434.jpg)
/kanak/media/post_attachments/wp-content/uploads/2018/07/2018-07-03T205354Z-1561764495-RC1C81919A40-RTRMADP-3-SOCCER-WORLDCUP-COL-ENG-300x181.jpg)